ADVERTISEMENT
Home ଆଞ୍ଚଳିକ ଜିଲ୍ଲା ଦୌରାଜର୍ଜଙ୍କ ନୂତନ ଜେଏମ୍ଏଫସି କୋଠା ପରିଦର୍ଶନ

ଜିଲ୍ଲା ଦୌରାଜର୍ଜଙ୍କ ନୂତନ ଜେଏମ୍ଏଫସି କୋଠା ପରିଦର୍ଶନ

210
ADVERTISEMENT

ମୋହନା,୨୯/୧୧(ମୋହନ ଗୌଡ଼) : ମୋହନ ଗୌଡ଼ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ହୋଇଥିବା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ନୂତନ କୋଠାକୁ ଜିଲ୍ଲା ଦୌରାଜର୍ଜ ବିଶ୍ଵଜିତ ଦାଶ, ରା ଉଦୟଗିରି ସବଜର୍ଜ ବିସ୍ଫେଶ୍ଵର ବିଶ୍ଵପ୍ରକାଶ ରାଓ ,ଜେଏମ୍ଏଫସି ଜର୍ଜ ପାରସ କୁମାର ପାଢୀ, ମୋହନା ଜେଏମଏଫସି ଜର୍ଜ ଅନନ୍ୟା ଦାଶ, ଗଜପତି ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ସମେତ ଅତିରିକ୍ତ ଦାୟିତ୍ଵରେ ରହିଥିବା ରା.ଉଦୟଗିରି ବିଡ଼ିଓ ପ୍ରଦୀପ ନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀଧର ନାୟକଙ୍କ ଉପସ୍ଥିତିରେ ଦୌରା ଜର୍ଜ ଶ୍ରୀ ଦାଶ ଆଗକୁ ଉଦ୍ ଘାଟନ ହେବାକୁ ଥିବା ନିର୍ମିତ କୋଠାକୁ ବୁଲି ଦେଖିଥିଲେ। ରହିଯାଇଥିବା କିଛି କାମ ଯଥା ଶୀଘ୍ର ସଂପୂର୍ଣ୍ଣ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟାନ୍ୟ କାମ ଗୁଡିକୁ ଦେଖି ଖୁସିବ୍ୟକ୍ତ କରିଥିଲେ। ଜର୍ଜ ଶ୍ରୀ ଦାଶଙ୍କ ପରିଦର୍ଶନ ସମୟରେ ଓକିଲ ସଙ୍ଘ ସଭାପତି ସୀମାଞ୍ଚଳ କାର୍ଯୀ, ପୂର୍ବତନ ସଭାପତି ରବିନ୍ଦ୍ର କୁମାର ନାୟକ, ବରିଷ୍ଠ ଓକିଲ ରାଜେନ୍ଦ୍ର କୁମାର ନାୟକ, ବିଳାସ ନାୟକ, ଦୁର୍ଯ୍ୟୋଧନ କରାଡ,ପଦ୍ମନାଭ ପତି, ଶୁସାନ୍ତ କୁମାର ମଲ୍ଲିକ, ପ୍ରଭାତ ପାତ୍ର ଏବଂ ସରକାରୀ ଓକିଲ ବୈଦ୍ୟନାଥ ସିଂ , କୋର୍ଟ ନାଜିର ସୁନିଲ ପାତ୍ର, ନିହାର ରଂଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Advertisement