ମୋହନା,୨୯/୧୧(ମୋହନ ଗୌଡ଼) :ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବଡ଼ ଖଣି ଗ୍ରାମ ନିକଟସ୍ଥ ଚେକ ଡେମରୁ ଉଦ୍ଧାର ହେବା ବ୍ୟକ୍ତି କାଳୁ ଚରଣର ମୃତ ଦେହ ମିଳିଛି । ସେ ଗତ କାଲି ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ । କାଳୁଙ୍କ ଗ୍ରାମ ବାସୀ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଅଧିକାରୀ ତାରାକାନ୍ତ ମହାପାତ୍ର ଓ ତାଙ୍କ ଟିମ ପହଞ୍ଚି ଦୀର୍ଘ ୬ ଘଣ୍ଟା ଖୋଜିଥିଲେ କିନ୍ତୁ ପାଇନଥିଲେ ଶୁକ୍ରବାର ଦିନ ସକାଳେ ସାନଖେମୁଣ୍ଡି ଅଗ୍ନିଶ୍ରମ ବିଭାଗ ଅଧିକାରୀ ସୁଶାନ୍ତ ରଞ୍ଜନ ମହାପାତ୍ର ଓ ତାଙ୍କ ଟିମ ପହଞ୍ଚି ସକାଳ ୯ ଘଣ୍ଟା ଠାରୁ ଖୋଜିବାର ଆରମ୍ଭ କରିଥିଲେ ଶେଷରେ ପାଣି ଗଭୀର ଥିବାରୁ ଅକ୍ସୀଜେନ ବ୍ୟବହାର କରି ଜିତେନ୍ଦ୍ର କୁମାର ଭୁଇଁ ପାଣି ଭିତରେ ପଶି ୪୦ ଫୁଟ ତଳେ ଏକ ପଥର ସନ୍ଧିରେ ଫସି ଲାଗିଥିବା କାଳୁ ମଲିକଙ୍କ ମୃତ ଦେହ ଉଦ୍ଧାର କରି ପରିବାରଙ୍କୁ ହସ୍ତାନ୍ତର କରିଥିଲେ । ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ତାଙ୍କ ଟିମ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ମେଡ଼ିକାଲକୁ ପଠାଇଛନ୍ତି ଏହା ସହ ଏକ ଅପମୃତ ମାମଲା ରୁଜୁ କରିଛି ପୋଲିସ ।

















