Thursday, November 5, 2026
ADVERTISEMENT
Home କେନ୍ଦୁଝର ଲୁହାପଥର ବୋଝେଇ ଟ୍ରକ୍ ୨୦ ଫୁଟ୍ ତଳକୁ ଖସିଲା: ଚାଳକ ମୃତ, ଖଲାସୀ ଗୁରୁତର

ଲୁହାପଥର ବୋଝେଇ ଟ୍ରକ୍ ୨୦ ଫୁଟ୍ ତଳକୁ ଖସିଲା: ଚାଳକ ମୃତ, ଖଲାସୀ ଗୁରୁତର

224
ADVERTISEMENT

କେନ୍ଦୁଝର,୨୮/୧୧ ,(ଡ଼ି.ଏଚ,ବ୍ୟୁରୋ): କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ କେପି ଖଣି ମୁଖ୍ୟ ଫାଟକ ନିକଟରେ ଆଜି ଏକ ଲୁହାପଥର ବୋଝେଇ ଟ୍ରକ୍ ୨୦ ଫୁଟ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏହାଛଡ଼ା ଖଲାସୀ ଗୁରୁତର ହୋଇଛନ୍ତି। ଦୁର୍ଘଟଣାରେ ୧୪ ଚକିଆ ଟ୍ରକଟି ଭାଙ୍ଗି ଖଣ୍ଡଖଣ୍ଡ ହୋଇଯାଇଛି। ଟ୍ରକର ବ୍ରେକ୍ ଫେଲ୍ ହୋଇଯିବାରୁ ନିୟନ୍ତ୍ରଣ ବାହାରକୁ ଚାଲିଯାଇ ଏକ ସୁରକ୍ଷା ଆଉଟ ପୋଷ୍ଟକୁ ଧକ୍କା ଦେଇ ୨୦ ଫୁଟ ତଳକୁ ଖସି ପଡ଼ିଥିଲା। ଲୁହାଗୁଣ୍ଡ ତଳେ ଚାଳକ ଚାପି ହୋଇ ରହିଥିବା ଦେଖିବାକୁ ମିଳିଥିଲା। ମୃତ ଡ୍ରାଇଭରଙ୍କ ନାମ ପ୍ରକାଶ ଜେନା (୨୯) ଏବଂ ତାଙ୍କ ଘର ଆନନ୍ଦପୁର ନିକଟସ୍ଥ ରେକୁଟିଆରେ ବୋଲି ଜଣାପଡ଼ିଛି।

Advertisement