Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ଜଷ୍ଟିସ ବିଜୟକୃଷ୍ଣ ପଟେଲ ହେଲେ ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷ

ଜଷ୍ଟିସ ବିଜୟକୃଷ୍ଣ ପଟେଲ ହେଲେ ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷ

209
ADVERTISEMENT

ଭୁବନେଶ୍ୱର,୨୭/୧୧(ଡ଼ି.ଏଚ,ବ୍ୟୁରୋ) : ଓଡ଼ିଶା ମାନବାଧିକାର କମିଶନର ନୂତନ ଅଧ୍ୟକ୍ଷ ଭାବେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ବିଜୟକୃଷ୍ଣ ପଟେଲଙ୍କୁ ନିଯୁକ୍ତ କରାଯାଇଛି। ତାଙ୍କ ନିଯୁକ୍ତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ କମିଟି ଏହି ପଦ ପାଇଁ ଜଷ୍ଟିସ ପଟେଲଙ୍କ ନାମ ସୁପାରିଶ କରିଥିଲେ। ଜଷ୍ଟିସ ବିଜୟକୃଷ୍ଣ ପଟେଲ ୨୦୦୮ରୁ ୨୦୧୫ ମଧ୍ୟରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବରେ କାର୍ଯ୍ୟ କରିଥିଲେ। ଜଷ୍ଟିସ ବିପି ଦାସଙ୍କ ଅବସର ପରେ ନଭେମ୍ବର ୧୪ ରୁ ଓଏଚଆରସି ବା ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷ ପଦ ଖାଲି ଥିଲା।

Advertisement