ସୁପ୍ରିମ୍‌ କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲା: ମାର୍ଚ୍ଚ ୫କୁ ଘୁଞ୍ଚିଲା ଶୁଣାଣି ତାରିଖ

827
ADVERTISEMENT

ନୂଆଦିଲ୍ଲୀ,(ଦୁନିଆ ହାଲ୍ ଚାଲ୍): ବୁଧବାର ଦିନ ସୁପ୍ରିମ୍‌ କୋର୍ଟରେ ଶୁଣାଣି ଲାଗି ଧାର୍ଯ୍ୟ କରାଯାଇଥିବା ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣିକୁ ଆସନ୍ତା ମାର୍ଚ୍ଚ ମାସ ୫ ତାରିଖ ଯାଏଁ ଘୁଞ୍ଚାଇ ଦିଆଯାଇଛି।

ତିନିଜଣିଆ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ୍‌ ଏକେ ସିକ୍ରି ଆଜି ଅନୁପସ୍ଥିତ ଥିବା କାରଣରୁ ଆଜି ମାମଲାର ଶୁଣାଣି ହୋଇ ପାରିନାହିଁ।

ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିବା ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ମଧ୍ୟ ତାଙ୍କ ରିପୋର୍ଟ ଆଜି ସୁପ୍ରିମ୍‌ କୋର୍ଟରେ ଦାଖଲ କରି ନ ପାରି ଅଧିକ ସମୟ ମାଗିଛନ୍ତି। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶକ୍ରମେ ଫେବୃଆରୀ ୨୨ ଓ ୨୩ ତାରିଖ ଦିନ ସେ ଶ୍ରୀମନ୍ଦିର ପରିଦର୍ଶନରେ ଆଦି ବିଭିନ୍ନ ବ୍ୟକ୍ତିବିଶେଷ ଏବଂ ମନ୍ଦିର ପ୍ରଶାସନ ସହ ଆଲୋଚନା କରିଥିଲେ। ଏହାକୁ ଭିତ୍ତି କରି ସେ ଆଜି ସୁପ୍ରିମ୍‌ କୋର୍ଟରେ ରିପୋର୍ଟ ଦାଖଲ କରିବା କଥା। ମନ୍ଦିର ସଂସ୍କାର ସଂକ୍ରାନ୍ତରେ ସେ ବହୁ ବ୍ୟକ୍ତିଙ୍କ ସହ ଆଲୋଚନା କରିଛନ୍ତି, ତେଣୁ ରିପୋର୍ଟ ପ୍ରସ୍ତୁତି ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ସେ କୋର୍ଟଙ୍କୁ ଜଣାଇଛନ୍ତି। ଆସନ୍ତା ୫ ତାରିଖ ଦିନ ହେବାକୁ ଥିବା ଶୁଣାଣି ସମୟରେ ସେ ତାଙ୍କ ରିପୋର୍ଟ ଦାଖଲ କରିବେ ବୋଲି ଆଶା କରାଯାଉଛି।

Advertisement