Thursday, November 5, 2026
ADVERTISEMENT
Home ଆଞ୍ଚଳିକ କୃଷି ବିରୋଧୀ ନୀତି ବିରୋଧରେ ଆନ୍ଦୋଳନ

କୃଷି ବିରୋଧୀ ନୀତି ବିରୋଧରେ ଆନ୍ଦୋଳନ

211
ADVERTISEMENT

କୋଦଳା ,୨୭/୧୧(ସୂର୍ଯ୍ୟନାରାୟଣ ବଡୁ ) : କ୍ରୁଷୀ, କ୍ରୁଷକ.ଓ ଖାଉଟି ବିରୋଧୀ ଆଇନ ଗୁଡିକ ପ୍ରତ୍ୟାହାର କରିବା ଦାବୀ ନେଇ ଅଖିଳଭାରତ କ୍ରୁଷକ ସଂଘର୍ଷ ସମନ୍ନୟ ସମିତି ଡାକରାରେ ହେଉଥିବା ରାଷ୍ଟ୍ରବ୍ୟାପି ହରତାଳ ଓ ପ୍ରତିବାଦ ସଭାକୁ ସମ୍ମାନ ଜଣାଇ ବେଗୁନିଆପଡ଼ା ବ୍ଲକ ଚାଷୀ ଅଧିକାର ସଂଗ୍ରାମ ମଞ୍ଚ. ରୁଷୀକୁଲ୍ୟା ମହାସଭା ଓ ଆଦିବାସୀ ସଙ୍ଗଠନ ଭିଟାମାଟି ସୁରକ୍ଷ୍ଯା ଅଭିଯାନ ଡାକରାରେ ଜୋହାନ ସ୍ବାଇଁ, ଯୁଗଳ ଜେନା, ଶଙ୍କର ଶବରଙ୍କ ନେତ୍ରୂତ୍ଵ ରେ କୋଦଳା ଓ ବେଗୁନିଆପଡ଼ା ଚାଷୀ,ଆଦିବାସୀ, ଗରିବ ଖାଉଟି ବହୁ ସଂଖ୍ୟାରେ ଯୋଗଦେଇ କୋଦଳା ଆରାଧ୍ୟ ଦେବତା ଦଣ୍ଦିଶ୍ଵର ମହାପ୍ରଭୁଙ୍କ ପୀଠରୁ ବିରାଟ ଶୋଭାଯାତ୍ରାରେ ବାହାରି କୋଦଳା ସହର ପରିକ୍ରମା କରି ତହସିଲଦାରଙ୍କ କାର୍ୟାଳୟ ସମ୍ମୁଖରେ ବିକ୍ଷ୍ଯୋଭ ପ୍ରଦର୍ଶନ ପ୍ରଦର୍ଶନ କରାଯାଇ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧ ରେ ସ୍ଲୋଗାନ ଦେଇ ଭାରତର ରାଷ୍ଟ୍ରପତି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ୫ଦଫା ନେଇ ଦାବିପତ୍ର ତହସିଲଦାର ଅବନୀ କୁମାର ସାହୁଙ୍କୁ ପ୍ରଦାନ କରାଯାଇଥିଲା । ଏହି ସ୍ଲୋଗାନ ମଧ୍ୟରେ କ୍ରୁଷକ ନେତା ନବକ୍ରୁଷ୍ନ, ରାଧାଷ୍ଯାମ, ଭଗବାନ, ଡାକ ପ୍ରଧାନ, ଘନଶ୍ୟାମ ବଢେଇ, ଦୀନବନ୍ଧୁ ରାଉତ, ପ୍ରଶାନ୍ତ ମହାନ୍ତି, ଅଜିତ ମୁନୀ, ଆଦିବାସୀ ନେତା ଗୋବିନ୍ଦ ଶବର, ଜଗବନ୍ଧୁ ଶବର, ପ୍ରକାଶ ଶବର, ଅଇଁଠା ଶବର ପ୍ରମୁଖ ଉପସ୍ଥିତଥିଲେ । ସେହିପରି ଭାସ୍କର ନାୟକ ଓ ରଁକନିଧି ସ୍ବାଇଁ ଙ୍କ ନେତ୍ରୂତ୍ଵ ରେ ଶତାଧିକ ଚାଷୀ ଓ ଆଦିବାସୀ ବିଡିଓ ବେଦବର ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Advertisement