କୋଦଳା,୨୭/୧୧(ସୂର୍ଯ୍ୟନାରାୟଣ ବଡୁ) : ରାଜ୍ୟ ଓ କେନ୍ଦ୍ର ସରକାର ଅସହାୟକଙ୍କ ରୋଗରୁ ମୁକ୍ତି ପାଇଁ ସମସ୍ତ ପ୍ରକାର ଯୋଜନା ପ୍ରସ୍ତୁତ କରିଥିଲେ ସୁଦ୍ଧା ବହୁ ଗରିବ ପରିବାର ପାଖରେ ସ୍ବାସ୍ଥ୍ୟ ସେବା ପହଞ୍ଚି ପାରୂନାହି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋଦଳା ଏନଏସି ମଧ୍ୟରେ,ଘଟଣା ହେଉଛି ଆମ ଗଣମାଧ୍ୟମ ପ୍ରତିନିଧି ବୁଧବାର ଦେବାନବନ୍ଧ ହୁଡାରେ ଏକ ରୋଗାକ୍ରାନ୍ତ ନାବାଳକ ଘୋଷାରି ହୋଇ ଯାଉଥିବା ସମୟରେ ତାର ତଥ୍ୟ ହାସଲ କରି ପ୍ରାଶାସନର ସହଯୋଗ ଆଶା କରିଥିଲେ । ତାର ଘରର ଠିକଣା ବାହାର କରି କୋଦଳା ଗୋଲାସାହୀ ସ୍ଥିତ ସନ୍ୟାସୀ ପାତ୍ରଙ୍କ ଘରେ ପହଞ୍ଚି ତାଙ୍କ ସ୍ତ୍ରୀଙ୍କୁ ନାବାଳକ ବିଷୟରେ ପଚାରି ବୁଝିଥିଲେ । ଏହି ସମୟରେ ଘର ପଛ ବାରଣ୍ଡାରେ ଉକ୍ତ ରୋଗାକ୍ରାନ୍ତ ନାବାଳକ ବାବୁ ପାତ୍ର (୧୭)ପଡିରହିଥିଲା ।ସେ ଜଡଜଡ କଣ୍ଠରେ କିଛି କହିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସଫଳ ହୋଇ ନ ଥିଲା । ପରେ ପରେ ବାବୁର ମା ଦୁଦୀଆନା ପାତ୍ର ପୁଅ ବିଷୟରେ କହିଥିଲେ ଯେ ପିଲାଟି ଦିନରୁ ତାର ମସ୍ତିଷ୍କ ଅକାମି ଥିଲା ।ବର୍ତ୍ତମାନ ୬ମାସରୁ ଊର୍ଦ୍ଧ୍ବ ହେବ ମଳକଣ୍ଟକ ଭଳି କଣ ଗୋଟିଏ ବାହାରିଛି, ବଡ଼ ମେଡିକାଲ ନେବାକୁ ଅର୍ଥ ନାହିଂ ।ପରିବାରକୁ ପଚାରିବାରୁ ସେ କହିଲେ ଆମେ ପାଞ୍ଚ ପ୍ରାଣୀରେ ଜଣେ ମୂଲଲାଗି ଆଣିଲେ ପୁରା ପରିବାର ଚଳୁଛି ,ପିଲାକୁ ଦେଖାଇବାକୁ ଅର୍ଥ ନାହିଂ. ଆମକୁ ଭଗବାନ ହି ଭରସା । ସେତେବେଳେ ଆମ ପ୍ରତିନିଧି ମେଡିକାଲ ନେବା ପାଇଁ ପ୍ରସ୍ତୁତ ହୁଅନ୍ତୁ ବୋଲି କହି ଉକ୍ତ ସାହିର କିଛି ଯୁବକଙ୍କୁ ଡାକି ଶିବ ପାତ୍ର ଓ ବହୁ ମା ଭଉଣୀ ମେଡିକାଲ ଜିବାପାଈ ଉକ୍ତ ପରିବାରକୁ ପ୍ରବର୍ତ୍ତାଇ ଥିଲେ । ଠିକ ସେହି ସମୟରେ ଉକ୍ତ ନାବାଳକର ପଡିଶା ଘରେ ଏକ ନାବାଳକ ଦୁରାରୋଗ୍ ଆକ୍ରାନ୍ତ ହୋଇ ମ୍ରୂତ୍ଯୂ ସହିତ ସଂଗ୍ରାମ କରୁଥିବା ନେଇ ଆମକୁ ଉକ୍ତ ଯୁବକ ମାନେ କହିବା ପରେ ସେଠାକୁ ଯାଇ ଦେଖିଲୁ ଏବଂ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କଲୁ । ନାବାଳକ ନାମ ସନ୍ତୋଷ ପାତ୍ର. ବୟସ ମାତ୍ର ୧୬ ପିତା କାଳିଆ ପାତ୍ର. ମାତା ଜାନକୀ ।ପଢିବା ଖେଳିବା ବୟସ ରେ ମ୍ରୂତ୍ଯୂ ସହିତ ସଂଗ୍ରାମ କରୁଛି ।ପିଲାର ଜୀବନକୁ ଆଶା ଛାଡି ମା ବାପା ଚିନ୍ତାରେ । ଔଷଧ ପାଇଁ ଅର୍ଥ ନାହିଂ ,କେବଳ ଔଷଧ ଦୋକାନରୁ କିଛି ଔଷଧ ଦେଇ ବସିଯାଇଛନ୍ତି । ତାଙ୍କୁ ମଧ୍ୟ ମେଡିକାଲ ଯିବାକୁ ପ୍ରସ୍ତୁତ ହେବାକୁ କହିବା ପରେ ଉକ୍ତ ଯୁବକଙ୍କ ସହଯୋଗରେ କିଛି ସମୟ ବ୍ୟବଧାନରେ କୋଦଳା ମେଡିକାଲରେ ପହଞ୍ଚାଇବା ପରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ବ୍ରହ୍ମପୁର ବଡ଼ ମେଡିକାଲ ନେବା ପାଇଁ ପରାମର୍ଶ ଦେଇଥିଲେ । ଠିକ ସେହିସମୟରେ କୌଣଷି ସୂତ୍ରରୁ ଖବର ପାଇ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଦୁଇ ରୋଗାକ୍ରାନ୍ତ ନାବାଳକ ପରିବାରକୁ ତାଙ୍କ ପ୍ରତିନିଧିଙ୍କ ହାତରେ ପାଞ୍ଚ ହଜାର ଲେଖାଏ ଆର୍ଥିକ ସହଯୋଗ ଯୋଗାଇବା ସହିତ ଉକ୍ତ ଦୁଇ ନାବାଳକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ଓ ପ୍ରଶାସନ ସ୍ତରରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାସହ ତହସିଲଦାର ସମସ୍ତ ସହଯୋଗ ଯୋଗାଈ ଦେବେ ବୋଲି ଫୋନ ମାଧ୍ୟମରେ କହିଥିଲେ । ତହସିଲଦାର ଅବନୀ କୁମାର ସାହୁ ମେଡିକାଲରେ ପହଞ୍ଚି ଡାକ୍ତରଙ୍କ ସହିତ ଆଲୋଚନା କରି ନାବାଳକଙ୍କୁ ଦେଖି ତୁରନ୍ତ ୧୦୮ରେ ବ୍ରହ୍ମପୁର ବଡମେଡିକାଲ ପଠାଇବା ବ୍ୟବସ୍ଥା କରି ସହଯୋଗର ହାତ ବଢାଇ ସରକାରଙ୍କ ନିୟମ ଅନୁଯାଇ ସମ୍ପୂର୍ଣ ସହଯୋଗ କରାଯିବ ବୋଲି କହିଛନ୍ତି ।ଭଗବାନ ଉକ୍ତ ଦୁଇ ନାବାଳକଙ୍କୁ ଶୀଘ୍ର ଆରୋଗ୍ୟ କରନ୍ତୁ କହିଛନ୍ତି !

















