କୋଦଳା,୨୬/୧୧(ସୂର୍ଯ୍ୟନାରାୟଣ ବଡୁ): କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ ୱାର୍ଡ଼ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ ବସ୍ତି ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହେଉଛି! ଏହି କମିଟିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଯଥା ପାନୀୟ ଜଳ, ପରିମଳ, ସଫେଇ,ଆଲୋକୀକରଣ, ଡ୍ରେନେଜ ସମସ୍ୟା. ରାସ୍ତାଘାଟ. ଘର ପଟ୍ଟା, ମ୍ୟୁଟେସନ. ବର୍ଯବସ୍ତୂ ସଂଗ୍ରହ ଠିକ ଠାକ ହେଉଛି କି ନାହିଂ ସେ ସମ୍ପର୍କରେ ଲୋକମାନଙ୍କ ସହିତ ଆଲୋଚନା କରି ତାହାର ସମାଧାନ କରିବା ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି! ବୁଧବାର ସ୍ବପ୍ନ କୁମାର ସାହୁଙ୍କ ନେତ୍ରୂତ୍ଵରେ ୱାର୍ଡ଼ନମ୍ବର ୬ ଏବଂ ରାଜେନ୍ଦ୍ର କୁମାର ସାହୁଙ୍କ ନେତ୍ରୂତ୍ଵରେ ୱାର୍ଡ଼ନମ୍ବର ୯ରେ ଏନଏସି କର୍ମକର୍ତ୍ତା ,ସ୍ବଚ୍ଛ ସାଥି. ସୁପରଭାଇଜର. କୋଭିଡ ମନିଟର. ମହିଳା ଗ୍ରୁପ ମାଁ. ଉପସ୍ଥିତ ରହି ୱାର୍ଡ଼ରେ କଣ ସବୁ ସମସ୍ୟା ଅଛି ବୋଲି ପଚାରିଥିଲେ ।ଏହି ସମୟରେ ଦସବଖରା ସାହି ବାସିନ୍ଦା ସବୁ ଠିକ ଥିବାବେଳେ କେବେ ବି ଠିକ ରେ ଝାଡୁ ହେଉ ନଥିବା ଅଭିଯୋଗ କରିଥିଲେ । ସଙ୍ଗେ ସଙ୍ଗେ ନିର୍ବାହୀ ଅଧିକାରୀଙ୍କ ହସ୍ତକ୍ଷେପ ପରେ ସ୍ବଚ୍ଛତା ବିଶେଷଜ୍ଞ ଚନ୍ଦ୍ର ମାରାଣ୍ଡି ପହଞ୍ଚି ବର୍ତ୍ତମାନ ଠାରୁ ହିଂ ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରତ୍ୟକ ଘରୁ ବାହାରୁଥିବା ଓଦା ଓ ଶୁଖିଲା ବର୍ଯବସ୍ତୂକୁ ଏନଏସିରୁ ଦିଆଯାଇଥିବା ଅଲଗା ଅଲଗା ଦୁଇ ଡବାରେ ନେଇ ବର୍ଯବସ୍ତୂ ଗାଡିରେ ଦେବା ପାଇଁ ପରାମର୍ଶ ଦେଇଥିଲେ । ତତ ସହିତ ଯଦି କେବେ ବି କୌଣଷି ସମସ୍ୟା ଦେଖାଦେଉଛି ତୁରନ୍ତ ଏନଏସିରେ ଜଣାଇବାକୁ ଅନୁରୋଧ କରିଛନ୍ତି ।

















