Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଭାରତ ବନ୍ଦ ଡାକରା କଲେ କଂଗ୍ରେସ ଓ ବାମପନ୍ଥୀ ଦଳ

ଭାରତ ବନ୍ଦ ଡାକରା କଲେ କଂଗ୍ରେସ ଓ ବାମପନ୍ଥୀ ଦଳ

293
ADVERTISEMENT

ବ୍ରହ୍ମପୁର,୨୬/୧୧(ଇ.ରଞ୍ଜନ ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଜନ ବିରୋଧୀ ସହ ଶ୍ରମିକ ମାରଣ ନିତି ସରକାରଙ୍କ ଏକଛତ୍ରବାଦ ଶାସନ ବିରୋଧରେ ଗୁରୁବାର ପୂର୍ବାହ୍ନ ସମୟରେ କ୍ରାନ୍ତିକାରୀ କୃଷକ ସଭା(A.I.K.K.S), ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ, ଆଦିବାସୀ ଭାରତ ମହାସଭା ପ‌କ୍ଷରୁ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଆସିକା, ବ୍ରହ୍ମପୁର, କୁକୁଡାଖଣ୍ଡି, ହିଞ୍ଜିଳିକାଟୁ,ବୁଗୁଡ଼ା, ଧରାକୋଟ ସମେତ ବିଭିନ୍ନସ୍ଥାନ ମାନଙ୍କରେ ରାସ୍ତା ଅବରୋଧ କରିବା ଡାକରା ପାଳନ କରାଯାଇଛି । ଏହି ଡାକରା ସର୍ବଭାରତ ସ୍ତରରେ ଏକତ୍ରିତ ହୋଇ ଦେଶର ୧୦ରୁ ଉର୍ଦ୍ଧ୍ବ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ। ଜାତୀୟ କଂଗ୍ରେସ ଏବଂ ବିଭିନ୍ନ ସଙ୍ଘଟନ ହୋଇ ଗୁରୁବାର ସକାଳ ୬ ଟାରୁ ପାଳନ ହୋଇଛି ଏହି ଆନ୍ଦୋଳନ ପାଇଁ ୨୪ ଘଣ୍ଟିଆ ବନ୍ଦ। ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରାକୁ ବିଭିନ୍ନ ବାମପନ୍ଥୀ ଦଳ ସମେତ କଂଗ୍ରେସ ସମର୍ଥନ ରହିଛି । ଏହି ବନ୍ଦ ଡାକରାରେ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି। ଗାଡ଼ିମୋଟର, ଟ୍ରେନ୍, ବସ୍ ଚଳାଚଳ ଆଦି ବନ୍ଦ ରହିଛି। ବ୍ୟାବସାୟିକ ପ୍ରତିଷ୍ଠାନ ସହ ଅନ୍ୟ ସମସ୍ତ ସରକାରୀ ବେସରକାରୀ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି। ଏହି ବନ୍ଦର ପ୍ରଭାବ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ବ୍ରହ୍ମପୁର ବିଭିନ୍ନ ସ୍ଥାନମାନଙ୍କରେ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳ ଠାରୁ ଆରମ୍ଭ ହୋଇଛି ପିକେଟିଂ, ରାସ୍ତାରୋକ। ଧର୍ମଘଟକୁ ସଫଳ କରିବାକୁ ପ୍ରଦେଶ କଂଗ୍ରେସ କମିଟି ଉପସ୍ଥିତ ଥିଲେ ।

Advertisement