ADVERTISEMENT
Home ଆଞ୍ଚଳିକ ଗଜପତିରେ ଭାରତ ବନ୍ଦର ପ୍ରଭାବ

ଗଜପତିରେ ଭାରତ ବନ୍ଦର ପ୍ରଭାବ

205
ADVERTISEMENT

ପାରଳାଖେମୁଣ୍ଡି,୨୬/୧୧(ପ୍ରଭାତ କୁମାର ପାତ୍ର) : ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଦେଶବ୍ୟାପୀ ଚକ ଅଖ ବନ୍ଦ ଡାକରା ଦେଇଛନ୍ତି ଟ୍ରେଡ୍‌ ୟୁନିଅନ । କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ରର ଶ୍ରମ ଆଇନ ଏବଂ କୃଷି ଆଇନ ପ୍ରତ୍ୟାହାର ଦାବିରେ ବନ୍ଦ ଡ଼ାକରା ଦିଆଯାଇଛି। ବନ୍ଦ ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ପିକଟେିଂ, ବିଭିନ୍ନ ସ୍ଥାନରେ ୟୁନିୟନ ପକ୍ଷରୁ ରାସ୍ତାରୋକ କରିଛନ୍ତି । ସେହିପରି ପାରଳାଖେମୁଣ୍ଡିରେ
ମଧ୍ୟ ଭାରତ ବନ୍ଦ ଡାକରାର ପ୍ରଭାବରେ ଦୋକାନ ବଜାର ବନ୍ଦ ରହିଛି। ୧୦ଟି ଟ୍ରେଡ ୟୁନିୟନ ପକ୍ଷରୁ ଦେଶବ୍ୟାପୀ ଚକ ଅଖ ବନ୍ଦ ଡ଼ାକରା ଦିଆଯାଇଛି। ଏହାସହ ବନ୍ଦ ଡ଼ାକରାରେ ଅତ୍ୟାବଶ୍ୟକୀୟ ସେବାକୁ ବାଦ ଦିଆଯାଇଛି। ଗାଡ଼ିମୋଟର, ବସ ଚଳାଚଳ ବନ୍ଦ ରଖିବାକୁ ସିଆଟିୟୁର ଆହ୍ୱାନ ଦିଆଯାଇଛି। ସେହିଭଳି ଜିଲ୍ଲାର ଗୋଷାଣି, କାଶିନଗର, ମୋହନା, ରାୟଗଡ ବ୍ଲକ,ରା. ଉଦୟଗିରି ବ୍ଳକ ସମତେ ଅନେକ ସ୍ଥାନରେ ଶ୍ରମିକ ସଂଗଠନମାନେ ଧାରଣା ଦେଇଛନ୍ତି।

Advertisement