Thursday, November 5, 2026
ADVERTISEMENT
Home ଆଞ୍ଚଳିକ ୫୨ ଏକର ଜମିରୁ ୧୦ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

୫୨ ଏକର ଜମିରୁ ୧୦ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

196
ADVERTISEMENT

ମୋହନା,୨୬/୧୧(ମୋହନ ଗୌଡ଼) : ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଉଦୟଗିରି ଏସ୍‌ଡ଼ିପିଓ ଦିଲ୍ଲିପ କୁମାର ନାୟକଙ୍କ ତତ୍ତ୍ଵ।ବଧାନ ଏବଂ ଅଡ୍‌ବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ଵରେ ରାଇପଙ୍କା ପଞ୍ଚାୟତର ଶିକିଲିମା ଗ୍ରାମ ନିକଟସ୍ଥ ୫୨ ଏକର ଜଙ୍ଗଲ ଜମିରେ ବେଆଇନ ଭାବେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ଅବକାରୀ ଓ ପୁଲିସ ବିଭାଗ ପକ୍ଷରୁ କଟର ମେସିନ ସାହାଯ୍ୟରେ କାଟି ପୋଡ଼ି ନଷ୍ଟ କରାଯାଇ ଥିଲା। ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି ଅଡବା ଆଇଆଇସି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ଏହି ଅଭିଯାନରେ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ର। ଦେବୀ, ଏସ୍‌ଆଇ ଚନ୍ଦନ ଦାସ, ଉତ୍କଳ କେଶରୀ ପ୍ରଧାନ, ଅବକାରୀ ବିଭାଗ, ରାଜସ୍ବ ବିଭାଗ, ବନ ବିଭାଗର କର୍ମଚାରୀଙ୍କ ସମେତ ଫୋର୍ସ ମାନେ ସାମିଲ ଥିଲେ ।

Advertisement