Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ରାଜ୍ୟରେ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୦ଜଣ କରୋନା ରୋଗୀ ଓ ୧୬ଜଣ ମୃତ

ରାଜ୍ୟରେ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୦ଜଣ କରୋନା ରୋଗୀ ଓ ୧୬ଜଣ ମୃତ

187
ADVERTISEMENT

ନୂଆଦିଲ୍ଲୀ,୨୫/୧୧,(ଡ଼ି.ଏଚ,ବ୍ୟୁରୋ) : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୪,୩୭୬ କରୋନାଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୪୮୧ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ ସଂକ୍ରମଣ ମାମଲା ୯୨,୨୨,୨୧୭ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୧୩୪, ୬୯୯ରେ ପହଞ୍ଚିଛି। ସେହିଭଳି ଏବେ ସୁଦ୍ଧା ଦେଶରେ ସମୁଦାୟ ୯୨.୨୨ ଲକ୍ଷ ଆକ୍ରାନ୍ତଙ୍କୁ ମଧ୍ୟରୁ ୮୬.୪ ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ଦେଶରେ ଆକ୍ରାନ୍ତ ହାର ୯୩.୩% ରହିଛି।
ନଭେମ୍ବର ମାସର ଏହି ସମୟରେ ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ମାମଲା ୫୦ ହଜାର ତଳେ ରହିଥିଲେ ବି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି। ଆଜି ସକାଳ ସୁଦ୍ଧା ୪.୪ ଲକ୍ଷ ଆକ୍ରାନ୍ତ ଚିକିତ୍ସାଧୀନ ଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରାଳୟର େଓ୍ଵବ୍‌ସାଇଟ୍‌ରୁ ଜଣାପଡ଼ିଛି। ଏହାଛଡ଼ା, ରାଜସ୍ଥାନ, ହରିୟାଣା, ଛତିଶଗଡ଼ ଓ ପଞ୍ଜାବ ଭଳି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି। ଲୋକମାନଙ୍କର ବେପରୁଆ ମନୋଭାବ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଥିବା କଥା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଲୋକମାନଙ୍କର ଧାରଣା ହେଲାଣି ଯେ, ଭାରତରେ ସୁସ୍ଥତାସଂଖ୍ୟା ଅତି ଉତ୍ତମ। ତେଣୁ, କୋଭିଡ୍‌-୧୯ ସଂକ୍ରମଣ ହେଲେ ଆମେ ସୁସ୍ଥ ହୋଇଯିବୁ। ଟିକା ବଣ୍ଟନ ପ୍ରସଙ୍ଗରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀ ଏ କଥା କହିଥିଲେ। ୧୪ ଲକ୍ଷ ମୃତ୍ୟୁକୁ ମିଶାଇ ସମଗ୍ର ବିଶ୍ୱରେ କୋଭିଡ୍‌-୧୯ ସଂକ୍ରମଣ ମାମଲା ୬ କୋଟିରେ ପହଞ୍ଚିଯାଇଛି। ୧.୩ କୋଟି ସଂକ୍ରମଣ ମାମଲା ଥାଇ ଏକ ନମ୍ବର ସ୍ଥାନରେ ଯୁକ୍ତରାଷ୍ଟ୍ର ଆମେରିକା ଥିବା ବେଳେ ତା’ ତଳକୁ ରହିଛି ଭାରତ, ବ୍ରାଜିଲ୍‌ ଓ ଫ୍ରାନ୍ସ।

Advertisement