Friday, November 6, 2026
ADVERTISEMENT
Home ଆଞ୍ଚଳିକ ଶୁଖିଲା ବର୍ଯବସ୍ତୂ ବିକ୍ରି କରଣ ଚୁକ୍ତି

ଶୁଖିଲା ବର୍ଯବସ୍ତୂ ବିକ୍ରି କରଣ ଚୁକ୍ତି

222
ADVERTISEMENT

କୋଦଳା,୨୫/୧୧,(ସୂଯ୍ୟନାରାୟଣ ବଡୁ): ମଙ୍ଗଳବାର କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଗ୍ରୀନ worm ଓଡ଼ିଶା ମଧ୍ୟରେ ଶୁଖିଲା ବର୍ଯ୍ୟବସ୍ତୁ ବିକ୍ରି କରିବା ନେଇ ଏକ ଚୁକ୍ତିନାମା ଏନଏସି କାର୍ୟାଳୟ ପରିସରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ତତ୍ଵାବଧାନ ତଥା ସ୍ବଚ୍ଛ ବିଶେଷଜ୍ଞ ଚନ୍ଦ୍ର ମାରାଣ୍ଡିଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟକ ପରିବାରର ଘରୁ ବାହାରୁଥିବା ଓଦା ଓ ଶୁଖିଲା ଅଳିଆ ଆବର୍ଜନାକୁ ସଂଗ୍ରହ କରି ବର୍ଯବସ୍ତୂ କେନ୍ଦ୍ରରେ ପହଞ୍ଚାଇବା ପରେ ସେଥିରୁ ଖତ ବାହାର କରାଯାଇ କ୍ରୁଷିକାର୍ଯରେ ବ୍ୟବହାର ହେଉଥିବା ବେଳେ ଯେଉଁ ଗୁଡିକ ଯଥା ରବର, ପ୍ଲାଷ୍ଟିକ, ପଲିଥିନ, ପୁରୁଣା ରିଚାର୍ଜ ବ୍ଯାଟାରି, ଭଙ୍ଗାଲୁହା,ସ୍ଟୀଲପ୍ରଭ୍ରୁତି ଜିନିଷକୁ ଏଣେତେଣେ ନ ପକାଇ ସରକାରଙ୍କ ଅନୁବନ୍ଧିତ “ଗ୍ରୀନ worm ଓଡ଼ିଶା “କୁ ଧାର୍ଯ୍ୟ ହୋଇଥିବା ଟଙ୍କାରେ ବିକ୍ରି କରିବା ପାଇଁ ଚୁକ୍ତି ହୋଇଥିଲା। ଉକ୍ତ ଆଦାୟ ଅର୍ଥକୁ ବର୍ଯବସ୍ତୂ ସଂଗ୍ରହ କରିଥିବା ସଫେଇ କର୍ମଚାରୀ ପାଇବେ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଥିଲେ ।

Advertisement