Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୪୨ କରୋନା ରୋଗୀ , ୧୪ଜଣଙ୍କ ମୃତ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୪୨ କରୋନା ରୋଗୀ , ୧୪ଜଣଙ୍କ ମୃତ

175
ADVERTISEMENT

ଭୁବନେଶ୍ୱର,୨୪/୧୧,(ଡ଼ି.ଏଚ,ବ୍ୟୁରୋ) :ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୬୪୨ କରୋନା ରୋଗୀ। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ କେସ ୩୭୪ ଥିବାବେଳେ ଲୋକାଲ କେସ ୨୬୮ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୧୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି।ଆଜି କେନ୍ଦୁଝରରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କେନ୍ଦୁଝରରୁ ୭୦ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ତା ପଛକୁ ରହିଛି ନୂଆପଡ଼ା। ଏଠାରୁ ଚିହ୍ନଟ ହୋଇଛନ୍ତ ୬୯ କରୋନା ରୋଗୀ। ସେହିପରି ସୁନ୍ଦରଗଠଡରୁ ୬୬ ଓ ଖୋର୍ଦ୍ଧାରୁ ୬୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲା ମାନଙ୍କରେ ଚିହ୍ନଟ ରୋଗୀ ସଂଖ୍ୟା ୫୦ ତଳେ ରହିଛି। ୧୪ ଜଣ କରୋନା ରୋଗୀଙ୍କ ମୁର୍ତ୍ୟୁକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୭୧ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ କୁହାଯାଇଛି।

Advertisement