Monday, November 9, 2026
ADVERTISEMENT
Home ଆଞ୍ଚଳିକ କୋଦଳାରେ ମଶୁରୀ ବଣ୍ଟନ ତାଲିମ ଶିବିର

କୋଦଳାରେ ମଶୁରୀ ବଣ୍ଟନ ତାଲିମ ଶିବିର

201
ADVERTISEMENT

କୋଦଳା,୨୧/୧୧,(ସୂର୍ଯ୍ୟନାରାୟଣ ବଡୁ) : ଡେଙ୍ଗୁ, ମେଲେରିଆ, ଚିକେଗୁନୀଆ ପ୍ରଭ୍ରୁତି ରୋଗରୁ ମୁକ୍ତି ପାଇଁ ସରକାରଙ୍କ ଦ୍ଵାରା ପ୍ରତ୍ୟକ ଘରକୁ ମଶାରି ବଣ୍ଟନ ପାଇଁ ଏନଏସି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ କନିଷ୍ଠ ଯନ୍ତ୍ରୀ ଯତୀନ୍ଦ୍ର ମୋହନ ବେହେରାଙ୍କ ତତ୍ଵାବଧାନରେ କୋଦଳା ମେଡିକାଲ ଏଏନଏମ ଦମୟନ୍ତୀ ତରାଇଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ ଏନଏସି କଲ୍ୟାମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସିଓ ଲକ୍ଷ୍ମୀ କୁମାରୀ ପାତ୍ର, ସମସ୍ତ ଏନଏସି କର୍ମକର୍ତ୍ତା ଅଙ୍ଗନବାଡି କର୍ମୀ ଓ ସ୍ବାସ୍ଥ୍ୟ କର୍ମୀଉପସ୍ଥିତ ରହି ପ୍ରତ୍ୟକ ଘର ସର୍ଭେ କରି ପ୍ରତ୍ୟକ ବ୍ୟକ୍ତିଙ୍କୁ କାହାକୁ ଡବଲ ଓ କାହାକୁ ସିଂଗଲ ମଶାରି ଦିଆଯିବ ତାହାରି ଉପରେ ଆଲୋଚନା କରିଥିଲେ । ବର୍ତ୍ତମାନ ଠାରୁ ସର୍ଭେ କାର୍ଯ ଆରମ୍ଭ କରାଯ!ଇ ଆସନ୍ତା ମାସ ପ୍ରଥମ ସପ୍ତାହରୁ ମଶାରି ବଣ୍ଟନ କାର୍ଯ ଆରମ୍ଭ କରାଯିବ ବୋଲି ଏଏନଏମ ପ୍ରକାଶ କରିଛନ୍ତି ।

Advertisement