Friday, November 6, 2026
ADVERTISEMENT
Home ରାଜ୍ୟ ଭି.ଏଲ.ଡବ୍ଲୁଙ୍କ ବସଗୃହକୁ ଜବରଦଖଲ

ଭି.ଏଲ.ଡବ୍ଲୁଙ୍କ ବସଗୃହକୁ ଜବରଦଖଲ

168
ADVERTISEMENT

ସୋନପୁର,୨୧/୧୧,(ସୁନୀଲ ତ୍ରିପାଠୀ) :ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପଞ୍ଚ ମହଲl ପଞ୍ଚାୟତର ଧୂଲଧୂଲା ଗ୍ରାମ ରେ ରହିଥିବା ଭିଏଲଡବ୍ଲ୍ୟୁଙ୍କ ବାସଗୃହକୁ ଏକ ବ୍ୟକ୍ତି ଜବର ଦଖଲ କରିଥିବା ଅଭିଯୋଗ ହୋଇଛି l ଜିଲ୍ଳା ରୁଦ୍ରସେନା ସଭାପତି ସିତାଂଶୁ ସିଦ୍ଧାର୍ଥ ଆଚାର୍ଯ୍ଯ ସ୍ଥାନୀୟ ତହସିଲଦାର, ବିଡିଓଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ହେଲେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇ ନାହିଁ l ସୀତାଂଶୁ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ବିଷ୍ନୁ ଚରଣ ଭୋଇଙ୍କ ନିଜସ୍ୱ ଗାଁ ଲମ୍ବକାନି l ହେଲେ ସେ ତହସିଲଦାରଙ୍କୁ ମିଥ୍ୟା ତଥ୍ୟ ପ୍ରଦାନ କରି ଧୂଳଧୂଲା ଗାଁ ରେ ନିଜ ମାଁ ନାଁ ରେ ରେକର୍ଡ କରେଇ ନେଇଛନ୍ତି l ପରବର୍ତ୍ତୀ ସମୟରେ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଗୃହ ନିର୍ମାଣ ବେଳେ ଭିଏଲଡବ୍ଲ୍ୟୁଙ୍କ ପାଇଁ ରହିଥିବା ଗୃହର ପାଚେରୀ ଭାଙ୍ଗି ଗୃହ ନିର୍ମାଣ କରିଛନ୍ତି l ତେଣୁ ଏନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ ଦାବୀ କରିଛନ୍ତି l

Advertisement