ADVERTISEMENT
Home ଆଞ୍ଚଳିକ ମୋହନାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ମୋହନାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

230
ADVERTISEMENT

ମୋହନା,୨୧/୧୧,(ମୋହନ ଗୌଡ଼): ସ୍ଥାନୀୟ ବଜାର ସମେତ ବହୁ ସାହି ଓ ଗଳିକନ୍ଦିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି। ମୋହନା ବ୍ଲକର ୩୯ଟି ପଞ୍ଚାୟତର ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ଵ ଗ୍ରାମର ଲୋକେ ଏଠାକୁ ବିଭିନ୍ନ ସରକାରୀ ଓ ବେସରକାରୀ କାମରେ ହଜାର ହଜାର ସଂଖ୍ୟାରେ ଲୋକେ ଆସିଥାନ୍ତି । କିନ୍ତୁ ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ, ପରିବା ଦୋକାନ, ଚା ଦୋକାନରୁ ବାହାରୁଥିବା କୃଢ଼କୃଢ଼ ଆବର୍ଜନା ସାହି ଗୁଡ଼ିକର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜମା ହୋଇ ପରିବେଶକୁ ସମ୍ପୂର୍ଣ୍ଣ ଦୁର୍ଗନ୍ଧମୟ କରୁଛି । ରାସ୍ତାର ଉଭୟ ପାର୍ଶ୍ଵରେ ଦୀର୍ଘବର୍ଷ ଧରି ନିର୍ମିତ ଡ୍ରେନ ଗୁଡ଼ିକ ମରାମତି ଅଭାବରୁ ଅବସ୍ଥା ଶୋଚନୀୟ ହୋଇପଡିଛି । ମଝିରେ ମଝିରେ ଡ୍ରେନର କାନ୍ଥ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଅଳିଆ ଆବର୍ଜନା ଓ ପଲିଥିନ ଜରିରେ ପୋତି ହେ।ଇ ଦୂଷିତ ଜଳ ଠିକ୍ ଭାବେ ନିଷ୍କାସନ ହୋଇ ପାରୁନାହିଁ। ସେହିଭଳି ମୋହନାର ବିଭିନ୍ନ ସାହିକୁ ସଂଯୋଗ କରୁଥିବା ତ୍ରେନଗୁଡିକ ନଷ୍ଟ ହେବ। ସାଙ୍ଗକୁ ଅଳିଆ ଆବର୍ଜନାରେ ସଂପୂର୍ଣ୍ଣ ନାଳ ପୋତି ହୋଇ ରାସ୍ତାରେ କୃତ୍ରିମ ବନ୍ୟା ସୃଷ୍ଟି କରୁଛି। ଏପରିକି ସାମାନ୍ୟ ବର୍ଷାରେ ନାଳ ନିର୍ଦ୍ଧମାର ଦୂଷିତ ଜଳ ଘରେ ମଧ୍ୟ ପଶୁଛି । ସ୍ଥାନୀୟ ବାସିନ୍ଦାଙ୍କ ସଚେତନତାର ଅଭାବ ଓ କିଛି ବେପାରୀ ଜାଣିଶୁଣି ଡ୍ରେନରେ ପଲିଥିନ ଓ ଅନ୍ୟାନ୍ୟ ମଇଳା ପକାଇ ଡ୍ରେନ ପୋତି ଦେଉଥିବା ଅଭିଯୋଗ ହେଉଛି । ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିଲେ ହେଁ କର୍ତ୍ତ୍ନପକ୍ଷଙ୍କ ଦୃଷ୍ଟି ପଡୁନାହିଁ କାହିଁକି ? ଏହାର ସଠିକ ପଦକ୍ଷେପ ଗ୍ରହଣ କରାଯାଉ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା । ସରକାରଙ୍କ ତରଫରୁ ପ୍ରତିବର୍ଷ ଗ୍ରାମ ସଫେଇ ଓ ସ୍ଵରେଜ ବ୍ୟବସ୍ଥା ପାଇଁ ପଞ୍ଚାୟତ ଓ ଅଙ୍ଗନାବାଡ଼ି କେନ୍ଦ୍ର ମାଧ୍ୟମରେ ଗ୍ରାମ୍ୟ କଲ୍ୟାଣ ସମିତିକୁ ମିଳୁଥିବା ଅର୍ଥ ବାଟମାରଣା ହେବ। ଫଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିନେଇ ଦୃଢ ପଦକ୍ଷେପ ଗ୍ରହଣ କରାଯିବାକୁ ବୃଦ୍ଧିଜୀବି ମହଳରେ ମତପ୍ରକାଶ ପାଇଛି ।

Advertisement