କୁକୁଡାଖଣ୍ଡି,୨୧/୧୧,(ଇ.ରଞ୍ଜନ ):ଖରିଫ ଧାନ କିଣା ନେଇ କୁକୁଡାଖଣ୍ଡି ବ୍ଲକ ଯୋଗାଣ ବିଭାଗ ତରଫରୁ ବ୍ଲକ ସମ୍ମୀଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି।୨୦୨୦-୨୧ ବର୍ଷ ପାଇଁ ବ୍ଲକରୁ କେତେ ମେଟ୍ରିକ ଟନ୍ ଧାନ କିଣା ହେବ ସେନେଇ ଆଲୋଚନା ହୋଇଥିଲା। ବ୍ଲକରେ ଚଳିତ ବଷ ୧୯ଟି ସମବାୟ ସମିତି ,୩ଟି ଏସଏଚଜି ଗ୍ରୃପ ମାଧ୍ୟମରେ ଧାନ କିଣିବାକୁ ଅନୁମତି ପ୍ରଦାନ କରାଯାଇଛି।୨୦୧୯-୨୦ ରେ ୨ଲକ୍ଷ୪୫ହଜାର୭ଶହ ମେଟ୍ରିକ ଟନ ଧାନ ୭୨୫୪ ଜଣ ଚାଷୀଙ୍କ ଠାରୁ କିଣା ଯାଇଥିଲା। ଚଳିତ ବର୍ଷ ୭୨୬୬ ଜଣ ଚାଷୀ ପଞିକରଣ କରିଛନ୍ତି। ବ୍ଲକ ଯୋଗାଣ ଅଧିକାରୀ ଏମ.ପ୍ରଶାନ୍ତ ରାଓଙ୍କ ଅଧକ୍ଷତାରେ ଅନୁଷ୍ଟିତ ବୈଠକରେ ବିଡିଓ ଗଦାଧର ପାତ୍ର,ଅତିରିକ୍ତ ତହସିଲଦାର ସନାତନ ମଲିକ,ଏସିଏସଓ ସୋମେଶ୍ବର ଦାସ,ଦିଗପହଣ୍ଡି ଆରଏମସି ସେକ୍ଟ୍ରେଟାରୀ,ସମସ୍ତ ସମବାୟ ସମିତି ସେକ୍ରେଟାରୀ,ଏସଏଜି ଗ୍ରୃପ ସଦସ୍ୟମାନେ ଉପସ୍ଥିତ ଥିଲେ।

















