ନକଲି ଆଇଆର୍‌ଏସ୍‌ ଅଫିସରଙ୍କୁ ୬ବର୍ଷ ଜେଲ୍‌

208
ADVERTISEMENT

ମୟୂରଭଞ୍ଜ,୦୨/୦୮ ଏଜେନସି : ବାରିପଦା ଏସ୍‌ଡିଜେଏମ ସୁନୀତା ଆଚାର୍ଯ୍ୟ ଆଜି ଏକ ଠକେଇ ମାମଲାର ବିଚାର କରି ଅଭିଯୁକ୍ତ ଭଦ୍ରକ ଜିଲ୍ଲା ତିହିଡି ଥାନା ବଉଳପାଳ ଗ୍ରାମର ରଜତ ଓରଫ ସତ୍ୟଜିତ ପଣ୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରି ୬ବର୍ଷ ଜେଲ୍‌ ଓ ୧୦ ହଜାର ଟଙ୍କା ଜରିମା‌ନା ଦେବାକୁ ରାୟ ଶୁଣାଇଛନ୍ତି। ଆଇପିସି ଧାରା ୪୧୭, ୪୧୯ରେ ୬ମାସ, ୪୨୦, ୧୭୦, ୪୬୮, ୬୬(ସି) ଆଇଟି ଓ ୬୬(ଡ)ଆଇଟି ପ୍ରତ୍ୟେକରେ ୧ବର୍ଷ ଲେଖାଏଁ ମୋଟ ୬ ବର୍ଷ ଏବଂ ଜରିମାନା ଅନାଦେୟ ଅଧିକ ୬ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ସେ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଉକ୍ତ ମାମଲାରେ ମୋଟ୍‌ ୯ଜଣ ସାକ୍ଷୀ ଓ ସମସ୍ତ ପ୍ରମାଣ ପତ୍ରକୁ ଭିତ୍ତି କରି ଅଦାଲତ ପକ୍ଷରୁ ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇଛି । ସୂଚନା ଅନୁସାରେ, ସତ୍ୟଜିତ୍‌ ନିଜକୁ ଜଣେ ଆଇଆର୍‌ଏସ ଅଫିସରର ପରିଚୟ ଦେଇ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ଠକୁଥିଲେ। ବାରିପଦା ପୌରପରିଷଦର ୱାର୍ଡ ନମ୍ବର ୬ପୁରୁଣା ହାଟ ସାହି ଅଞ୍ଚଳର ପାୟଲ ରାୟଙ୍କୁ ଏକ ଏନ୍‌ଜିଓ କରାଇ ଦେବାକୁ କହି ୩ ହଜାର ଟଙ୍କା ଠକି ନେଇଥିଲା। ଠକାମିର ଶିକାର ହେବାପରେ ପାୟଲ ଏନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଟାଉନ ଥାନା ପୁଲିସ ମାମଲା ରୁଜୁ କରି ସତ୍ୟଜିତ୍‌କୁ ଗିରଫ କରିଥିଲା।

Advertisement