Saturday, November 7, 2026
ADVERTISEMENT
Home ଆଞ୍ଚଳିକ ଫାସି ପଞ୍ଚାୟତ “ମୋ ଗାଁ ରେ ତହସିଲ୍” କାର୍ଯ୍ୟକ୍ରମ ଅନୁଷ୍ଠିତ

ଫାସି ପଞ୍ଚାୟତ “ମୋ ଗାଁ ରେ ତହସିଲ୍” କାର୍ଯ୍ୟକ୍ରମ ଅନୁଷ୍ଠିତ

192
ADVERTISEMENT

କୋଦଳା,୨୦/୧୧( ସୂର୍ଯ୍ୟନାରାୟଣ ବଡୁ) :ଶୁକ୍ରବାର ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ଅନ୍ତର୍ଗତ ଫାସି ମାଣିକେଶ୍ବର ମନ୍ଦୀର ପରିସରରେ ସରପଞ୍ଚ ନବୀନ କୁମାର ଦଳେଇଙ୍କ ତତ୍ଵାବଧାନରେ “ମୋ ଗାଁ ରେ ତହସିଲ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତହସିଲଦାର ଅବନୀ କୁମାର ସାହୁ, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଯୋଗଦେଇ ଲୋକମାନଙ୍କ ଅଭିଯୋଗ ଶୁଣିବା ସହିତ ସମାଧାନ କରିବାକୁ ଚେଷ୍ଟା କରିବା ସହିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ, ସୁବିଧା ଏବଂ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଜନସାଧାରଣ ଙ୍କୁ କହିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟ ରେ ସମିତି ସଭ୍ୟ ଭଗବାନ ନାହାକ. ନାୟବ ସରପଞ୍ଚ ହୀନ ସେଠି କୋଦଳା ସର୍କଲ୍ ର ରାଜସ୍ୱ ନିରୀକ୍ଷକ ଶେଖର ସେଠୀ,ଫାସି ରାଜସ୍ବ ନିରିକ୍ଷ୍ଯକ ଜସ୍ମୀନ ବିଶ୍ବାଳ ସମେତ ସମସ୍ତ ତହସିଲ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏଥିରେ ୫୩ଜଣ ହିତାଧିକାରୀ ଯୋଗ ଦେଇଥିବା ବେଳେ ୧୯ଜଣଙ୍କୁ ଘର ପଟ୍ଟା, ୧୧ଜଣଙ୍କୁ ଗ୍ରାମ କଣ୍ଟକ, ମ୍ୟୁଟେସନ୍, ରେଜିଷ୍ଟ୍ରେସନ୍, ଜାତିଗତ, ସ୍ଥାୟୀବାସିନ୍ଦା ପ୍ରମାଣ ପତ୍ର, ସୀମା ନିର୍ଦ୍ଧାରଣ, ରୁଣ ପରିଶୋଧ କ୍ଷମତା ପ୍ରମାଣ ପତ୍ର,ଓ ଦୁଇ ଜଣଙ୍କୁ କିସମ ପରିବର୍ତ୍ତନ ଆଦି ସେବା ଯୋଗାଇ ଦିଆଯାଇଥିବା ଦେଖିବାକୁ ମିଳିଥିବା ବେଳେ ଆଗକୁ ମଧ୍ୟ ଏହି ସେବା ଯୋଗାଇଦିଆଯିବ ବୋଲି ତହସିଲଦାର୍ ପ୍ରକାଶ କରିଛନ୍ତି ।

Advertisement