Friday, November 6, 2026
ADVERTISEMENT
Home ଆଞ୍ଚଳିକ ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଦିନିକିଆ...

ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଦିନିକିଆ ବ୍ରହ୍ମପୁର ମଣ୍ଡଳ ଡାକକାର୍ଯ୍ୟାଳୟ ସମୁଖରେ ଧାରଣା

188
ADVERTISEMENT

ବ୍ରହ୍ମପୁର, ୨୦/୧୧(ଇ.ରଞ୍ଜନ) :ସର୍ବ ଭାରତ ସ୍ତର ରେ ଗ୍ରାମୀଣ ଡାକ ସେବକ ମାନଙ୍କ ବିଭିନ୍ନ ସମସ୍ୟାର ଦାବି ପୂରଣ ନିମନ୍ତେ ପ୍ରତେକ ମୁଖ୍ୟ ମହାଡାକ ପାଳ ମହାଡାକ ପାଳ କାର୍ଯ୍ୟାଳୟ ସମୁଖରେ ଦାବି ପୂରଣ ନିମନ୍ତେ ଧାରଣା ଏହା ଯେ କେନ୍ଦ୍ର ସରକାର ଗ୍ରାମୀଣ ଡାକ ସେବକ ମାନଙ୍କ ନିମନ୍ତେ ସ୍ଥାପନ କରିଥିବା କମଲେସ ଚନ୍ଦ୍ରା କମିଟିର ହିତକର ସୁପାରିଶକୁ ଅଧ୍ୟବିଧ କାର୍ଯ୍ୟକୁ ଉଚ୍ଚ କତୃପକ୍ଷ ଅସଫଳ କରି ରଖିଥିବା ଏନଗେଜମେଣ୍ଟ ନିୟମ ୧୧ ଧାରା ୩ (କ)କୁ ଉଛେଦ କରି ଗ୍ରାମୀଣ ଡାକ ସେବକ ମାନଙ୍କୁ ବିଭାଗୀୟ କର୍ମଚାରୀ ମାନ୍ୟତା, ଏବଂ ସୁପ୍ରିମ କୋର୍ଟ ରାୟ ଅନୁଯାୟୀ ଗ୍ରାମୀଣ ଡାକ ସେବାରେ କାର୍ଯ୍ୟରତ ସେବକ ମାନଙ୍କୁ ପେନସନ ମଞ୍ଜୁରୀ ଏବଂ ଅନ୍ୟାନ୍ୟ ୧୨ ଦଫା କାର୍ଯ୍ୟକାରୀ ଅସଫଳ ପ୍ରତିବାଦ ରେ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ଓଡିଶା ଶାଖା ତରଫରୁ ସେମାନଙ୍କ ଦେଇଥିବା ଦାବି ଗୁଡିକକୁ ଖୁବ ଶୀଘ୍ର କାର୍ଯ୍ୟକାରୀ କରିବା ଦାବିରେ ବ୍ରହ୍ମପୁର ମଣ୍ଡଳ ଡାକପାଳ କାର୍ଯ୍ୟାଳୟ ସମୁଖରେ ଦିନିକିଆ ଧାରଣା ବସିଛନ୍ତି ଏଥିରେ ସର୍କଲ ସମ୍ପାଦକ କଳ୍ପବଟ ପଟ୍ଟନାୟକଙ୍କ ତତ୍ୱାବଧାନ ଧାରଣା କାର୍ଯ୍ୟ କାର୍ଯ୍ୟକାରୀ ହୋଇଛି ଏଥିରେ ଅନ୍ୟ ସହଯୋଗ ବୃନ୍ଦରେ ସହ ସମ୍ପାଦକ କିଶୋର ଚନ୍ଦ୍ର ପ୍ରଧାନ, କୈଳାଶ ଚନ୍ଦ୍ର ପଟ୍ଟନାୟକ, ଏମ.ମନ୍ମଥ ରାଓ, କ୍ଷିତେନ୍ଦ୍ର ଠାକୁର, ସତ୍ୟ ନାରାୟଣ ବିଶି, କୋରାପୁଟ ମଣ୍ଡଳ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ସାହୁ, କଳାହାଣ୍ଡି ସମ୍ପାଦକ ବୁଟୁ ଭୋଇ, ଫୁଲବାଣୀ ମାନସ ରଞ୍ଜନ ପାତ୍ର, ବ୍ରହ୍ମପୁର ମଣ୍ଡଳ ପକ୍ଷରୁ କାମାକ୍ଷା ପ୍ରସାଦ ରାଓ, ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ଅଭିରାମ ସାହୁ, ତପସ୍ୱିନୀ ଶତପଥି, ଇନ୍ଦିରା ପଣ୍ଡା ସମେତ ଅନ୍ୟ ନେତୃତ୍ୱ ବୃନ୍ଦ ସହ ଡାକ ସେବାରେ ନିୟୋଜିତ ଅନ୍ୟାନ୍ୟ କର୍ମ କର୍ତ୍ତା ଉପସ୍ଥିତ ଥିଲେ l

Advertisement