ବ୍ରହ୍ମପୁର,୧୯/୧୧,(ସୁଦାମ ମହାରଣା) :ଆସିକାର ପ୍ରାକ୍ତନ ସାସଦ ନିତ୍ୟାନନ୍ଦ ପ୍ରଧାନ ଙ୍କ ଜନ୍ମ ଦିନ ଅବସରରେ ଗୁଡିଆଳି ଛକସ୍ଥିତ କଲ୍ୟାଣ ମଣ୍ଡପ ରେ ଓଡିଶା ମୋ ପରିବାର ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ନିତ୍ୟାନନ୍ଦଙ୍କ କନ୍ୟା ତଥା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରୁ ୨୪୧ୟୁନିଟ ରକ୍ତ ସଗ୍ରହ ହୋଇଥିଲା । ଜୀବନ ବିନ୍ଦୁ ସଞ୍ଜୋଜକ ସୁବାଷ ମହାରଣା ଶିବିରକୁ ଉଦଘାଟନ କରିଥିଲେ । ଆସିକା ସା’ସଦ ପ୍ରର୍ମଳା ବିଷୋୟି, ପୋଲାସରା ବିଧାୟକ ଶ୍ରୀକାନ୍ତ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ୍ ପୋଲେଈ,ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ଜଗନ୍ନାଥ ସାବତ,ବେଗୁନିଆପଡା ବିଜେଡି ବ୍ଲକ ସଭାପତି ବିଜୟ କୁମାର ଦୋରା, ଯୁବବିଜେଡି ଉପଦେଷ୍ଟା ନିର୍ମଳଚନ୍ଦ୍ର ସାହୁ, କବିସୂର୍ଯ୍ୟନଗର ବ୍ଲକ ଚେୟାରମ୍ୟାନ ସନ୍ତୋଷ ପାଢ଼ୀ, ପ୍ରାକ୍ତନ ଏନ୍ ଏ ଏସି ଅଧ୍ୟକ୍ଷା ଲକ୍ଷ୍ମୀ ପ୍ରିୟା ସାହୁ, ମନୋରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଅମ୍ଳାନ ଜହ୍ନ ନାମକ ଏକ ପୁସ୍ତକ ଉନ୍ମୋଚନ ହୋଇଥିଲା


















