ବ୍ରହ୍ମପୁର,୧୯/୧୧( ଇ.ରଞ୍ଜନ ):ଗଂଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ତଥା ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଯୁବ କଂଗ୍ରେସ ତରଫରୁ ବ୍ରହ୍ମପୁର ସ୍ଥିତ ବପୁଜି ଆଶ୍ରମ ଠାରେ ଜନ୍ମଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ରାଜନୀତିଜ୍ଞ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁରୁଙ୍କ ସହଧର୍ମିଣୀ କମଳା ନେହୁରୁଙ୍କ କନ୍ୟା ଇନ୍ଦିରା ଗାନ୍ଧୀ ୧୯୧୭ ମସିହା ଜନ୍ମଗ୍ରହଣ ଭାରତ ବର୍ଷର ଜାତୀୟ କଂଗ୍ରେସ ନେତୃତ୍ୱ ସମୟରେ ୧୯୬୬ ମସିହା ନେତୃତ୍ୱ ନେଇ ବିଫୁଳ ଜନସମର୍ଥନରେ ନିର୍ବାଚିତ ହୋଇ ନିଜ ପିତାଙ୍କ ଭଳି ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ପ୍ରିୟଦର୍ଶିନୀ ଇନ୍ଦିରା ଗାନ୍ଧୀ ଦେଶର ବିକାଶ ଧାରାକୁ ଆଗେଇ ନେଇଥିବା କଂଗ୍ରେସ ମହଲ ପ୍ରକାଶ ପାଉଛି l ଶ୍ରୀମତୀ ଗାନ୍ଧୀ ସ୍ଵଚ୍ଚଟ ରୂପେ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିଥିଲେ l ୧୯୮୪ ମସିହାରେ କୌଣସି କାରଣରୁ ତାଙ୍କର ମୁର୍ତ୍ୟୁ ଘଟିଥିଲା ତାଙ୍କରି ତିଥିକୁ ୧୦୩ ତମ ଜନ୍ମଜୟନ୍ତୀ ସର୍ବ ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରେ ପାଳନ କରାଯାଉଛି ଏହାକୁ ଗଞ୍ଜାମ ଜିଲ୍ଲା ଜିଲ୍ଲାସ୍ତରରେ ବହ୍ମପୁର ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଯୁବକ ଗୋଷ୍ଠୀଙ୍କ ମିଳିତରେ ସୃତି ଚାରଣ କରାଯାଇ,ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟଅର୍ପଣ କରାଯାଇଥିଲା। ଏବଂ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଶ୍ରୀମତୀ ଇନ୍ଦିରାଙ୍କ ପ୍ରତିମୃତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଇନ୍ଦିରା ଗାନ୍ଧୀଙ୍କ ନୀତି ଆଦର୍ଶରେ ଚାଲିବାକୁ ଶପଥ ନିଆଯାଇ ଥିଲା। ଏହି ଅବସରରେ ଧର୍ମା ରେଡ୍ଡୀ, ବିସ୍ମୟ ମହାପାତ୍ର, ଚିନ୍ମୟ କୁମାର ହୋତା, ଏସ.ଦଣ୍ଡପାଣି ,କିଶୋର କପୁର, ଦେବାଶିଷ ମହାନ୍ତି, ସଂଗ୍ରାମ ରାଉତ,ଭବାନୀ ସାହୁ,ସୁପ୍ରଭା ଦାସ,ସିଦ୍ଧାନ୍ତ ସାହୁ,ସୁବୋଧ ସ୍ୱାଇଁ,ମହେଶ ସାହୁ,ଦିବାକର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।


















