Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଇନୋଭା କାର ସହ ବାଇକ ଧକ୍କା : ଜଣେ ମୃତ ଜଣେ ଗୁରୁତର

ଇନୋଭା କାର ସହ ବାଇକ ଧକ୍କା : ଜଣେ ମୃତ ଜଣେ ଗୁରୁତର

213
ADVERTISEMENT

ମୋହନା,୧୯/୧୧( ମୋହନ ଗୌଡ଼) : ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମ ନିକଟ କପୁରିପଟ୍ଟା ଛକ ଠାରେ ରା, ଉଦୟଗିରି ପଟୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ଇନୋଭା କାର ନଂ ଓଡ଼ିଠ୨ପି ଠଠ୫୦ ସହ ଚାନ୍ଦିପୁଟ ରୁ ଚନ୍ଦ୍ରଗିରି ଅଭିମୁଖେ ଯାଉଥିବା ଏକ ହିରୋହୋଣ୍ଡା ସିବିଜେଡ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକରେ ଯାଉଥିବା ଦୁଇ ଆରୋହୀ ହେଲେ ଚାନ୍ଦିପୁଟ ଗ୍ରାମ ଖ୍ରୀଷ୍ଟିଆନ ସାହିର ଇସାକ ବିଷୋୟୀ(୧୯) ଓ ରାଉଦୟଗିରି ଥାନା ଅନ୍ତର୍ଗତ ଖମ୍ବାରି ସାହିର ଶକ୍ତି ଯେନା । ସେମାନଙ୍କ ମଧ୍ୟରୁ ଘଟଣା ସ୍ଥଳରେ ଶକ୍ତି ଯେନାଙ୍କର ମୃତ୍ୟୁ ଘଟିଥିବାବେଳେ ଆରୋହୀ ଇସାକ ବିଷୋୟୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମୋହନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ବଡ଼ ମେଡିକଲ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି।

Advertisement