Wednesday, September 23, 2026
ADVERTISEMENT
Home ରାୟଗଡ଼ା ଯାତ୍ରୀ ବାହୀ ବସ୍ ଓଲଟି :୨ମୃତ ,୧୪ଜଣ ଗୁରୁତର

ଯାତ୍ରୀ ବାହୀ ବସ୍ ଓଲଟି :୨ମୃତ ,୧୪ଜଣ ଗୁରୁତର

265
ADVERTISEMENT

ରାୟଗଡ଼ା,(ଡ଼ି.ଏଚ,ବ୍ୟୁରୋ) :ରାୟଗଡ଼ା ଜିଲ୍ଲା ବିଷମ କଟକ ହାଜାରୀଡ଼ାଙ୍ଗ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫର୍ଚୁନ ନାମକ ବସ୍ ଓଲଟି ପଡ଼ିବାରୁ ଏହା ତଳେ ଚାପି ହୋଇ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୪ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତଙ୍କ ପରିଚୟ ମିଳିପାରି ନ ଥିବାବେଳେ ମୃତକଙ୍କ ମଧ୍ୟରେ ଡ୍ରାଇଭର ଓ ଜଣେ ଯାତ୍ରୀ ଅଛନ୍ତି। ସେହିପରି ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ବିଶାଖାପାଟଣା ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଅନ୍ୟ ଗୁରୁତରଙ୍କୁ ବିଷମ କଟକ ଖ୍ରୀଷ୍ଟିଆନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍‌ଟି ଲକ୍ଷ୍ମୀପୁରରୁ କଟକ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଏହି ସମୟରେ ବସ୍‌ରେ ୧୭ ଜଣ ଲୋକ ଥିଲେ।ଖବରପାଇ ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ପୋଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଜେସିବି ଦ୍ୱାରା ବସ୍‌କୁ ତଳୁ ଉଠା ଯାଇଥିଲା। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Advertisement