ବ୍ରହ୍ମପୁର, ୧୬/୧୧( ଇ.ରଞ୍ଜନ): ସାରା ଭାରତ ବର୍ଷ ରେ ନଭେମ୍ବର ୧୬ତାରିଖ କୁ ଜାତୀୟ ସାମ୍ବାଦିକ ଦିବସ ରୂପେ ପାଳନ କରାଯାଇଛି l ଏହି ଦିବସ ରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ସାମ୍ବାଦିକା ସଂଘଟିତ ହୋଇ ସମାଜର ବିକାଶ ଓ ଲୁକାୟତ ଜିନିଷ ଉପରେ ଆଲୋଚନା କରିବା ସହ ନିଜ ଦକ୍ଷତାବିକାଶ ଉପରେ ଆଲୋଚନା କରିଥାନ୍ତି l ଏହି ଦିବସ ୧୯୬୬ ମସିହା ନଭେମ୍ବର ୧୬ତାରିଖ ଦିନ ଜାତୀୟ ପ୍ରେସ କାଉଁସିଲ କେନ୍ଦ୍ର ସରକାରଙ୍କ ଵିଧିଵଧ ଅନୁଯାୟୀ ଏହା କୁ ନାସନାଲ ପ୍ରେସ ଡେ ଭାବେ ବର୍ଷ କୁ ଥରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥାଏ l ଏହାକୁ ଦେଶର ସମସ୍ତ ଗଣମାଧ୍ୟମ ଅନୁଷ୍ଠାନ ତରଫରୁ ଏହି ପ୍ରେସ ଡେ ଭାବେ ପାଳନ କରାଯାଇଥାଏ ।

















