ଭୁବନେଶ୍ୱର, ୧୬/୧୧(ଡ଼ି.ଏଚ,ବ୍ୟୁରୋ) : ଆଜି ରାଜ୍ୟରେ ୭୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୧୬ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା୧,୫୪୩ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭଗ ପକ୍ଷରୁ କୁହାଯାଇଛି। ଆଜି ସୁନ୍ଦରଗଡ ସର୍ବାଧିକ ୫ ଜଣ କରୋନାରେ ଆଖି ବୁଜିଛନ୍ତି। ଏହାବ୍ୟତୀତ ଝାରସୁଗୁଡ଼ା ଓ ବରଗଡରୁ ୨ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ଅନ୍ୟ ଜିଲ୍ଲା ଯଥା ସମ୍ବଲପୁର, ଅନୁଗୋଳ, ଭୁବନେଶ୍ୱର, ଦେଓଗଡ, ନୟାଗଡ଼, ପୁରୀ ଓ ମୟୂରଭଞ୍ଜରୁ ଜଣେ ଲେଖାଏ ରୋଗୀ ଅଖିବୁଜିଛନ୍ତି। ରାଜ୍ୟରେ କରୋନା ପ୍ରକୋପ ହ୍ରାସ ପାଇଥିବା ଦେଖିବାକୁ ମିଳିଛି।

















