Friday, November 6, 2026
ADVERTISEMENT
Home ଆଞ୍ଚଳିକ ମୋ ଗେଲ୍ହା ଝିଅ ଅବସରରେ ଶିଶୁ ମାନଙ୍କୁ ଜୋତାବଣ୍ଟନ କାର୍ଯ୍ୟକ୍ରମ

ମୋ ଗେଲ୍ହା ଝିଅ ଅବସରରେ ଶିଶୁ ମାନଙ୍କୁ ଜୋତାବଣ୍ଟନ କାର୍ଯ୍ୟକ୍ରମ

242
ADVERTISEMENT

ହିଞ୍ଜିଳିକାଟୁ, ୧୬/୧୧(ଶେଷଦେବ ସାହୁ): ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ବାଳିକା ଓ ମହିଳା ନୀତି ୨୦୧୪ ଅନୁସାରେ ବାଳିକା ମାନଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରିବା,ଶିଶୁ କନ୍ୟା ଜନ୍ମ ଦେବା,ବଞ୍ଚି ରହିବା ଓ ସେମାନଙ୍କ ବିକାଶରେ ଉତ୍ତମ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ରହିଛି । ସର୍ବୋପରି ନାବାଳିକା କନ୍ୟା ମାନଙ୍କ ବାଲ୍ୟ ବିବାହ, ସ୍ୱଳ୍ପ ଶିକ୍ଷା, ଧର୍ମ ଓ ଲିଙ୍ଗଗତ ବୈଷମ୍ୟ ଠାରୁ ଉର୍ଦ୍ଧ୍ବରେ ରହି ସେମାନଙ୍କ ସମସ୍ୟାର ସମାଧାନ କରି ସର୍ବୋତ୍ତମ ଉନ୍ନତି ଦିଗରେ ପଦକ୍ଷେପ ନେବାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ବିଜୁ କନ୍ୟାରତ୍ନ ଯୋଜନାରେ କନ୍ୟାରତ୍ନ ବିକଶିତ ହେଲେ ଦେଶ ବିକଶିତ ହେବ ବାର୍ତ୍ତା ଘରେ ଘରେ ପ୍ରସାର କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।ଏହି ମର୍ମରେ ଶନିବାର ସ୍ଥାନୀୟ ହିଞ୍ଜିଳିକାଟୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶୁଭଶ୍ରୀ ପାତ୍ରଙ୍କ ତତ୍ତ୍ୱାବଧାନରେ ପୋୖରାଞ୍ଚଳ ସମେତ ପଞ୍ଚାୟତ ସ୍ତରରେ ମୋ ଗେଲ୍ହା ଝିଅ,ଶିଶୁ ଦିବସ ଓ ବୁଟ ଓ ମୋଜା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ପ୍ରଭାତ କୁମାର ପରିଡା ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ:ମନୋରଞ୍ଜନ ସାହୁ ପ୍ରମୂଖ ଅଧିକାରୀ ଯୋଗ ଦେଇଥିଲେ।ସମରଝୋଳ,ପୋଚିଲିମ୍ମା, ଚାନ୍ଦୁଲି, ଡ଼ି ପାଟପୁର, ନନ୍ଦିକ, ରାଳବ,ଶିକିରି, ଦାରୁଭଦ୍ରା ଆଦି ପଞ୍ଚାୟତରେ ୧୨ ନବଜାତ ଶିଶୁ କନ୍ୟାଙ୍କୁ ବନ୍ଦାପନା ସହ ଅଧିକାରୀ ମାନେ ପୋଷାକ ଓ ବେବିକିଟ ପ୍ରଦାନ କରି ମା ଓ ଶିଶୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ସମୁଦାୟ ୫୮୩୯ ଜଣ ପ୍ରାକ ଶିକ୍ଷାର୍ଥୀଙ୍କୁ ହଳେ ଲେଖାଏଁ ବୁଟ ଓ ମୋଜା ବଣ୍ଟନ କରାଯିବା ସହ ସମ୍ପୃକ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଶିଶୁ ଦିବସଏହି କାର୍ଯ୍ୟକ୍ରମରେ ସରପଞ୍ଚ ରଘୁନାଥ ବେହେରା, ପ୍ରତିମା ବେହେରା, ଭି ରବୀନ୍ଦ୍ର, କେ ଦୁର୍ଗା ପ୍ରସାଦ ରାଓ, ଏ ସୀତା ଲକ୍ଷ୍ମଣ ଗୌଡ଼, ସୁପରଭାଇଜର ବନଜା ବେହେରାଙ୍କ ସମେତ ସମସ୍ତ ଅଙ୍ଗନବାଡି ଓ ଆଶା କର୍ମୀ ଉପସ୍ଥିତ ଥିଲେ।

Advertisement