ଢେଙ୍କାନାଳ,୧୫/୧୧ (ଡ଼ି.ଏଚ,ବ୍ୟୁରୋ) : ଢେଙ୍କାନାଳ ବନଖଣ୍ଡର କପିଳାସ ଅଭୟାରଣ୍ୟରୁ ଗତକାଲି ବିଳମ୍ବିତ ରାତିରେ ଶିକାର କରିବା ଉଦ୍ଦେଶ୍ୟରେ ଜଗିଥିବା ଜଣେ ଶିକାରୀକୁ ବନ୍ଧୁକ ସହ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗନ୍ଦିଆ ବ୍ଲକ ରମେଇ ଖମାର ଗ୍ରାମର ଶ୍ରୀଧର ପୂର୍ତ୍ତିଙ୍କୁ ବନ ବିଭାଗ ଅଭୟାରଣ୍ୟରୁ ଗିରଫ କରିବା ସହ ତାଙ୍କଠାରୁ ଏକ ଦେଶୀ ବନ୍ଧୁକ ଓ ତାର ଫାସ ଜବତ କରିଛି। ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇଛି। ଶ୍ରୀଧର ପୂର୍ତ୍ତିଙ୍କୁ କୋର୍ଟଚାଲାଣ କରାଯିବ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।

















