ସାନଖେମୁଣ୍ଡି,୧୪/୧୧(ସପନ ଦାସ) : ସାନଖେମୁଣ୍ଡି ବ୍ଲକ ପାଟପୁର ପଞ୍ଚାୟତ ବିଶ୍ୱ ସରାୟ ବନ୍ଧରେ ଥିବା ସମସ୍ତ ମାଛର ମୃତୁ ହୋଇଥିବାର ଦେଖିବାକୁ ମିଳିଛି । ଦୁଇ ତିନି ଦିନ ଧରି ପ୍ରତିଦିନ ବନ୍ଧରେ ହଜାର ହଜାର ସଂଖ୍ୟାରେ ମୃତ ମାଛ ଭାସିବାର ଦେଖାଗଲା। ପ୍ରାୟ ଦୁଇ ଟନରୁ ଉର୍ଦ୍ଧ୍ବ ମାଛ ମୃତୁ ହୋଇଥିବା ବେଳେ ବନ୍ଧରେ ଥିବା ସମସ୍ତ ମାଛର କିଭଳି ମୃତୁ ହେଲା ତାହା ସ୍ୱଷ୍ଟ ହୋଇ ନାହିଁ। ପ୍ରଶ୍ନ ଉଠୁଛି କେମିତି ଏତେ ସଂଖ୍ୟରେ ମାଛ ମଲେ। ମାଛ ମାରିବା ପାଇଁ ଦାଇ କିଏ?ଏହି ଘଟଣା ଘଟିବା ପରେ ପାଟପୁର ସରପଞ୍ଚ ଟି.ବାବୁ ସୁବୁଦ୍ଧି ପାଟପୁର ଥାନାରେ ଲିଖିତ ଅଭିଯୋଗ କଲା ପରେ ସାନଖେମୁଣ୍ଡି ବିଡ଼ିଓ ଓ ପାଟପୁର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି। ସରପଞ୍ଚଙ୍କ କହିବା ପ୍ରକାରେ ଆଗାମୀ ବର୍ଷ ବନ୍ଧର ମରାମତି ଓ ପଙ୍କ ପୁନରୁଦ୍ଧାର ପାଇଁ ବନ୍ଧ ଟିକୁ କାହାକୁ ଲିଜ ସୂତ୍ରରେ ଦିଅ ନ ଯାଇ ପଞ୍ଚାୟତ ନିଜ ହେପଜାତରେ ରଖିଥିଲେ। ଯାହାକୁ ଆଖି ଆଗରେ ରଖି କେହି ଦୁର୍ବୁତ୍ତ ରାଜନୈତିକ ଆକ୍ରସ ରଖି ମାଛ ମାନଙ୍କୁ ବନ୍ଧରେ ବିଷ ପକାଇ ମାଛ ଗୁଡିକୁ ମାରି ଦେଇଛି।। ଏହାର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ସରପଞ୍ଚ ଦାବି କରିଛନ୍ତି।।

















