Thursday, November 5, 2026
ADVERTISEMENT
Home ଆଞ୍ଚଳିକ କୋଦଳା ପୋଲିସର ଚଢ଼ାଉ ,ବାଣ ଜବତ : ବେପାରୀଙ୍କୁ ତାଗିଦ

କୋଦଳା ପୋଲିସର ଚଢ଼ାଉ ,ବାଣ ଜବତ : ବେପାରୀଙ୍କୁ ତାଗିଦ

261
ADVERTISEMENT

କୋଦଳା,୧୪/୧୧(ସୂର୍ଯ୍ୟନାରାୟଣ ବଡୁ) ; ମହାମାରୀ କରୋନା ସଂକ୍ରମଣ ଦ୍ଵିତୀୟ ଲହର ଦେଖାଦେବା ଆଶଙ୍କା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ନଭେମ୍ବର୩0 ପର୍ଯନ୍ତ ବାଣ ବିକ୍ରି ଏଵଂ ଫୁଟାଇବା ଉପରେ ରୋକ ଲଗାଯାଇଛି । ଏହାକୁ ନେଇ କୋଦଳା ପୋଲିସ ମଧ୍ୟ ତତ୍ପରତା ଦେଖାଇଛି ।ଵାଣ ଦୋକାନ ନ ଖୋଲିବାକୁ ତାଗିଦ ମଧ୍ୟ କରିଛି ।କୌଣଷି ବାଣ ଦୋକାନ ମଧ୍ୟ ଖୋଲିନାହିଁ ।ପ୍ରତ୍ୟକ ଦିନ ପୋଲିସ ପେଟ୍ରୋଲିଙ୍ଗ କରୁଛି । ତଥାପି କିଛି ବ୍ୟବସାୟୀ ତାଗିଦ ପ୍ରତି ଖାତିର ନ କରି ଲୁଚାଛପାରେ ବାଣ ବିକ୍ରି କରୁଥିବା ଖବର ପାଇ ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ନିର୍ଦେଶ ପାଇ ସବ ଇନିସପେକ୍ଟର ଆରତୀ ପରିଡାଙ୍କ ସମେତ ପୋଲିସ କର୍ମକର୍ତା ବେଗୁନିଆପଡ଼ା , କୋଦଳା ଓ ଫାସି କିଛି ଯାଗା ରେ ଅତର୍କିତ ଚଢ଼ାଉ କରି ବହୁ ପରିମାଣର ବିଭି୍ନ୍ନ କିସମର ବାଣ ଜବତ କରିବା ସହିତ ବ୍ୟବସାୟୀଙ୍କୁ ତାଗିଦ କରିଥିବା ଜଣାପଡିଛି ।

Advertisement