Friday, November 6, 2026
ADVERTISEMENT
Home ଆଞ୍ଚଳିକ ଚୋରି ହୋଇଥିବା ସୁନା ଗହଣା ଓ ଟଙ୍କା ମାଲିକଙ୍କୁ ହସ୍ତାନ୍ତର

ଚୋରି ହୋଇଥିବା ସୁନା ଗହଣା ଓ ଟଙ୍କା ମାଲିକଙ୍କୁ ହସ୍ତାନ୍ତର

214
ADVERTISEMENT

ବ୍ରହ୍ମପୁର,୧୩/୧୦(ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଚାଙ୍ଗୁଡିପଦର ସାହିର ଗହଣା ବ୍ୟବସାୟୀ ସୁରେନ୍ଦ୍ରନାଥ ନାୟକଙ୍କ ଘରୁ ଗତ ମାସ ୧୨ତାରିଖରେ ଲୁଟ୍ ହୋଇଥିବା ସୁନା ଗହଣା ଘଟଣାରେ ପୋଲିସ ୧୫ଜଣ ଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଉଦ୍ଧାର ହୋଇଥିବା ୬କେଜି୫୦୧ଗ୍ରାମ ସୁନା ଅଳଙ୍କାର ଓ୪ଲକ୍ଷ୪୪ହଜାର୫୦୦ଟଙ୍କା କୁ ମାଲିକଙ୍କ ପୁଅ ସାଇଶଙ୍କର ନାୟକଙ୍କୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।ଅଭିଯୁକ୍ତ ମାନଙ୍କୁ ଏକ ମାସ ମଧ୍ୟରେ ଧରିବାରେ ପୁରୁଷୋତ୍ତମପୁର ପୋଲିସ ସକ୍ଷମ ହୋଇଥିଲା ।ପରିବାର ପକ୍ଷରୁ ଦକ୍ଷିଣା ଅଞ୍ଚଳ ଡିଆଇଜି ସତ୍ୟ ବ୍ରତ ଭୋଇ,ଗଞ୍ଜାମ ଏସ୍ ପି ବ୍ରିଜେଶ ରାଏ,ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ବାଇଁ, ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ସମେତ ଗଞ୍ଜାମ ପୋଲିସକୁ ସାଧୁବାଦ ଜଣାଇଛନ୍ତି ।

Advertisement