Monday, November 9, 2026
ADVERTISEMENT
Home ରାଜ୍ୟ ଜୀବିତ ନାବାଳକଙ୍କୁ ମୃତ ଦର୍ଶାଇବା ଘଟଣା: ୫ ଲକ୍ଷ ଗଣିବେ ପୋଲିସ ଅଧିକାରୀ

ଜୀବିତ ନାବାଳକଙ୍କୁ ମୃତ ଦର୍ଶାଇବା ଘଟଣା: ୫ ଲକ୍ଷ ଗଣିବେ ପୋଲିସ ଅଧିକାରୀ

186
ADVERTISEMENT

ବରଗଡ,୧୨/୧୧(ଡ଼ି.ଏଚ,ବ୍ୟୁରୋ) : ଜଣେ ଜୀବିତ ନାବାଳକକୁ ମୃତ ଦର୍ଶାଇ ୨ ଜଣଙ୍କୁ ଜେଲ୍ ପୂରାଇବା ଏବେ ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି ଭୁଲ ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ୫ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ। ଘଟଣାଟି ୨୦୧୬ର। ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳର ଜଣେ ନାବାଳକ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ଏ ନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରିଥିଲା ଏବଂ ନାବାଳକଙ୍କ ହତ୍ୟା କରାଯାଇଥିବା ଦର୍ଶାଇ ୨ ଜଣଙ୍କୁ ଗିରଫ କରିଥିଲା। ଗିରଫ ୨ ଜଣଙ୍କୁ ଜେଲ ମଧ୍ୟ ପଠାଇ ଦିଆଯାଇଥିଲା। ହେଲେ ନିଖୋଜର ୨ ବର୍ଷ ପରେ ଅର୍ଥାତ୍‌ ୨୦୧୮ ମସିହାରେ ସଂପୃକ୍ତ ନାବାଳକ ଜୀବିତ ଫେରି ଆସିଥିଲେ। ଏହା ପରେ ଗିରଫ ବ୍ୟକ୍ତି ଦ୍ୱୟ ପୋଲିସର ଏପରି କାର୍ଯ୍ୟାନୁଷ୍ଠାନ ବିରୋଧରେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ବିଚାର କରି ମାନବାଧିକାରୂ କମିଶନ ତଦନ୍ତକାରୀ ପୋଲିସ ଅଫିସରଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକଙ୍କୁ ଅଢେଇ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ କମିଶନ କହିଛନ୍ତି।

Advertisement