ଭୁବନେଶ୍ୱର,୧୨/୧୧(ଡ଼ି.ଏଚ,ବ୍ୟୁରୋ) : ନାସା ହ୍ୟୁମାନ୍ ଏକ୍ସପ୍ଲୋରେସନ୍ ରୋଭର ଚ୍ୟାଲେଞ୍ଜରେ ୨୦୨୧ରେ ଭାଗ ନେବେ ଭୁବନେଶ୍ୱରର ଛାତ୍ରଛାତ୍ରୀ। ପ୍ରଥମ ଥର ପାଇଁ ସ୍କୁଲ ଛାତ୍ରଛାତ୍ରୀ ନାସାର ରୋଭର ଚ୍ୟାଲେଞ୍ଜରେ ଭାଗ ନେବାକୁ ଯାଉଛନ୍ତି। ଏଥିପାଇଁ ରାଜ୍ୟର ବଛାବଛା ୧୦ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି।
ନଭନ୍ମେଷ ପ୍ରସାର ଫାଉଣ୍ଡେସନ ପକ୍ଷରୁ ଏହି ସ୍କୁଲ୍ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ଓଡ଼ିଶାର ଏହି ଟିମ୍। ଏହି ଟିମ୍ରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସହ ଆଇଟିଆଇ ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି। କେବଳ ଭୁବନେଶ୍ୱର ନୁହେଁ ଉପାନ୍ତ ମାଲକାନଗିରିର ଛାତ୍ରଛାତ୍ରୀ ବି ଏଥିରେ ସାମିଲ ହୋଇଛନ୍ତି। ଏହି ୧୦ ଜଣ ଛାତ୍ରଛାତ୍ରୀ ମଙ୍ଗଳ ଗ୍ରହରେ ପରିଭମ୍ରଣ କରିପାରୁଥିବା ଏକ ହ୍ୟୁମାନ୍ ରୋଭର ପ୍ରସ୍ତୁତ କରିବେ। ଯାହାକୁ ନାସାର ମୁଖ୍ୟାଳୟକୁ ପଠାଯିବ। ୪ରୁ ୫ ମାସ ଭିତରେ ଏହି ରୋଭର ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଛାତ୍ରଛାତ୍ରୀ।

















