ବେଗୁନିଆପଡା,୧୨/୧୧(ସୁଦାମ ମହାରଣା) :କବିସୂର୍ଯ୍ୟନଗର ପୂର୍ବତନ ବିଧlୟିକା ଭି.ସୁଜ୍ଞାନୀ କୁମାରୀ ଦେଓଙ୍କ ୮୩ ତମ ଜନ୍ମ ଦିବସରେ ମୋ ପରିବାର -ଜୀବନ ବିନ୍ଦୁ ପକ୍ଷରୁ ସୁମଣ୍ଡଳ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ରକ୍ତଦାନ ଶିବିରରେ ୪00 ବ୍ୟକ୍ତି ରକ୍ତ ଦାନ ନିମନ୍ତେ ରେଜିଷ୍ଟ୍ରେସନ କରିଥିବା ବେଳେ ସମୟ ଅଭାବରୁ ୨୬୮ଜଣ ସ୍ବେଛାକୃତ ରକ୍ତଦାନ କରିଥିଲେ l ଏହି ଶିବିରକୁ କବିସୂର୍ଯ୍ୟନଗର ବିଧlୟିକା ଲତିକା ପ୍ରଧାନ ଉଦଘାଟନ କରିଥିବା ବେଳେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସଂଯୋଜକ ତଥା ବି ଜେ ଡ଼ି ରାଜ୍ୟ ସମ୍ପାଦକ ସୁବାଷ ମହାରଣା, ପୂର୍ବତନ ବି ଡ଼ି ଏ ଅଧକ୍ଷ କୈଳାଶ ରଣା, ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ଣଣ ଚୌଧୁରୀ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଜଗନ୍ନାଥ ସାବତ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ସୁରଥ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି, ବି ଜେ ଡ଼ି ବ୍ଲକ ସଭାପତି ବିଜୟ କୁମାର ଦୋରା, ସମାଜସେବୀ ବିଜୟ କୁମାର ନାୟକ , ଗୋପବନ୍ଧୁ ସାହୁ ,ଦେବେନ୍ଦ୍ର ସ୍ବାଇଁ ଙ୍କ ସମେତ ସମସ୍ତ ପଂଚାୟତର କର୍ମକର୍ତ୍ତା ଉପସ୍ଥିତ ଥିଲେ l ପରେ ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା l ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରାଙ୍କ ଅଧକ୍ଷତlରେ ଅନୁଷ୍ଠିତ ଏହି ସମାବେଶରେ ଉପରିସ୍ଥ ସମସ୍ତ ଅତିଥିଙ୍କ ଉପସ୍ଥିତିରେ କୁମ୍ଭାର ଗାଁ ପଂଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ପ୍ରଶାନ୍ତ କୁମାର ତାରିଣୀଙ୍କ ପୁଅ ଅଶୋକ କୁମାର ତାରିଣୀ, ପ୍ରଦ୍ୟୁମ୍ନ ତାରିଣୀ, ୱାର୍ଡ ସଦସ୍ୟ ସନିଆ ଜେନା, କୁମ୍ଭାର ଗାଁ ସଭାପତି ସୁବାଷ ଦାଶ, ହରେକୃଷ୍ଣ ସ୍ୱାଇଁ, ତାଳସର ଗ୍ରାମ୍ୟ କମିଟି ଉପ ସଭାପତି ବସନ୍ତ ଭୂୟାଁ, ସମ୍ପାଦକ ମାଧବ ରାଉତଙ୍କ ସମେତ ଶତାଧିକ କର୍ମୀ ବିଜେଡିରେ ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ଯକ୍ରମରେ ସରପଞ୍ଚ ସମିତିସଭ୍ୟ ପଞ୍ଚାୟତ ପ୍ରତିନିଧି ସମାଜସେବୀ ଓ ବହୁ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

















