Friday, November 6, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ପୁଲିସକୁ ବଡ ସଫଳତା ପୁରୁଷୋତ୍ତମପୁର ସୁନା ଅଳଙ୍କାର ଚୋରି ଘଟଣାରେ ୧୫ଗିରଫ

ଗଞ୍ଜାମ ପୁଲିସକୁ ବଡ ସଫଳତା ପୁରୁଷୋତ୍ତମପୁର ସୁନା ଅଳଙ୍କାର ଚୋରି ଘଟଣାରେ ୧୫ଗିରଫ

୬କେଜି୫୦୧ଗ୍ରାମ ସୁନା ଓ ୪ଲକ୍ଷ୪୪ହଜାର୫୦୦ଟଙ୍କା ଜବତ

215
ADVERTISEMENT

ଛତ୍ରପୁର,୧୨/୧୧(ସୁଦାମ ମହାରଣା) : ସୁନା ବ୍ୟବସୀୟଙ୍କ ଘରୁ ଲୁଟ୍‌ ଘଟଣା, ମାମଲାରେ ଗଞ୍ଜାମ ପୋଲିସକୁ ମିଳିଛି ବଡ଼ ସଫଳତା । ସୁନା ଲୁଟ୍‌ ଘଟଣାରେ ୧୫ଜଣଙ୍କୁ ଗିରଫ କରାଯାଇଥିବାନେଇ ଦକ୍ଷିଣା ଅଞ୍ଚଳ ଡିଆଇଜି ସତ୍ୟ ବ୍ରତ ଭୋଇ ସାମ୍ବାଦିକ ସମ୍ମିଳନୀ ଛତ୍ରପୁର ଏସପି କାର୍ଯ୍ୟାଳୟରେ ସୂଚନା ଦେଇଛନ୍ତି, ସେମାନଙ୍କ ନିକଟରୁ ୬ କେଜି ୫୦୧ ଗ୍ରାମ ସୁନାଓ ୪ଲକ୍ଷ ୪୪ହଜାର ୫୦୦ଟଙ୍କା,ସ୍କୃ ଡ୍ରାଇଭର, ପକଡ,ଛୁରୀ ଜବତ ହୋଇଛି ।ସୂଚନା ମିଳିଛି, ଅକ୍ଟୋବର୧୨ତାରିଖ ବିଳମ୍ବିତ ରାତିରେ ସୁନା ଦୋକାନି ସୁରେନ୍ଦ୍ର ନାଥ ନାୟକ ଙ୍କ ଘରୁ ବିପୁଳ ପରିମାଣର ସୁନା ଲୁଟ୍ ହୋଇଥିଲା।ଏନେଇ ସୁନା ବ୍ୟବସାୟୀ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ କୁ ଭିତ୍ତି କରି ଥାନା କେସ ନମ୍ବର୨୭୬/୨୦(୪୫୭,୩୮୦ଆଇପିସି)ରେ ମାମଲା ରୁଜ୍ଜୁ କରାଯାଇ ,ଏକ ମାସ ଭିତରେ ଆସାମି କୁ ଧରିବାରେ ପୁରୁଷୋତ୍ତମପୁର ପୁଲିସ ସକ୍ଷମ ହୋଇଛି। ଛତ୍ରପୁର ଏସ ପି ବ୍ରଜେଶ କୁମାର ରଏଙ୍କ ନିର୍ଦ୍ଦେଶ କ୍ରମେ,ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ରଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା ।ଏହି ଟିମ୍ ରେ ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ବାଇଁ, ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଓ ଅନ୍ୟ ଅଧିକାରୀ ସାମିଲ ରହି ଏହି ତଦନ୍ତ ଜାରି ରଖିଥିଲେ । ଗତ ମଙ୍ଗଳବାର ଦିନ ଆସାମି ମାନଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିଲା ।ସେମାନେ ଗତ ଛଅ ମାସ ମଧ୍ୟରେ ତିନି ତିନି ଥର ଚୋରି କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ । କିନ୍ତୁ ଚତୁର୍ଥ ଥର ଅକ୍ଟୋବର ୧୨ତାରିଖ ମଧ୍ୟ ରାତିରେ ସଫଳ ହୋଇଥିଲେ । ସମସ୍ତ ସୁନା ମାଷ୍ଟର ମାଇଣ୍ଡ କାଳିଆବେହେରା@ଘନଶ୍ୟାମ(୩୦) ଓ ସୁନା ବେପାରୀଙ୍କ ଠାରୁ ଜବତ କରାଯାଇଛି ।ଏହି କାର୍ଯ୍ୟରେ ଅମିତ ବେହେରା (୧୮)ଯିଏକି ସୁରେନ୍ଦ୍ର ଘରେ ଗୁମୁସ୍ତା ଭାବେ କାର୍ଯ୍ୟ କରୁଥିଲେ, ସମସ୍ତ ତଥ୍ୟ କାଳିଆକୁ ଦେଉଥିଲା।୧୦ଜଣ ଏହି କାର୍ଯ୍ୟରେ ଲିପ୍ତ ଥିବା ବେଳେ ଅନ୍ୟ ପାଞ୍ଚ ଜଣ ସେମାନଙ୍କ ଠାରୁ ସୁନା ଗହଣା କିଣିଥିଲେ । ଲୁଟେରା ଗ୍ୟାଙ୍ଗର ସଦସ୍ୟ ମାନେ ପିଣ୍ଟୁ ନାହାକ ରଘୁନାଥ ପଲ୍ଲୀ ,କବିସୂର୍ଯ୍ୟନଗର, ବୁଲୁ ନାହାକ,ବାଉରୀ ସାହି ,ବୁଢାମ୍ବ,ବାଘ @ତ୍ରିନାଥ ବେହେରା, ନନ୍ଦିକସାହି,କାହ୍ନୁଚରଣ ପଟନାୟକ, ଗଡସାହି ପୁରୁଷୋତ୍ତମପୁର,, ଶଙ୍କର ବେହେରା, ଗଡସାହି, ସ୍ବରାଜ୍ୟ ଦାସ,କୋଳାସିଙ୍ଗି, ସନ୍ନ୍ୟାସୀ ନାହକ,ରଘୁନାଥ ପଲ୍ଲୀ, କବିସୂର୍ଯ୍ୟନଗର, ସୁନା କିଣିଥିବା ବେପାରୀ ମାନେ ଡି ଡିପୁ ଆଚାରି ପୁରୁଷୋତ୍ତମପୁର ବଡବଜାର ସାହି,ସନ୍ତୋଷ ଆଚାରି ନନ୍ଦିକ ସାହି ,ପି ବିପ୍ର ଭଣ୍ଡାର ରାଓ ,ଆସ୍କା ରୋଡ ଶ୍ରୀ ରାମ ନଗରବ୍ରହ୍ମପୁର ,ନନ୍ଦ କିଶୋର ଭଗତ ପଞ୍ଚୁଦେଉଳୀ ସାହି ,ବ୍ରହ୍ମପୁର, ମିଥୁନ ବେହେରା ,ନଇତଟ ସାହି ପୁରୁଷୋତ୍ତମପୁର ଅଞ୍ଚଳ ହୋଇଥିବା ଜଣାପଡିଛି ।


ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଛତ୍ରପୁର ଏସ୍ ପି ବ୍ରିଜେଶ କୁମାର ରଏ,ଅତିରିକ୍ତ ଏସ୍ ପି,ପୁରୁଷୋତ୍ତମପୁର ଉପଖଣ୍ଡ ପୋଲିସ ଅଧିକାରୀ ସୀମା ସ୍ବାଇଁ, ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।ତଦନ୍ତ ଜରିରହିଥିବା ସୂଚନା ମିଳିଛି । କମ ସମୟ ମଧ୍ୟରେ ପୋଲିସ ଏତେ ବଡ ଲୁଟେରା ଗ୍ୟାଙ୍ଗ ଧରିବାରେ ସଫଳ ହୋଇଛି । ପୋଲିସକୁ ସାଧୁବାଦର ସୁଅ ଛୁଟିବାରେ ଲାଗିଛି।

Advertisement