ADVERTISEMENT
Home ଆଞ୍ଚଳିକ କୃଷି ବିଲ୍ ଉପରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ

କୃଷି ବିଲ୍ ଉପରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ

194
ADVERTISEMENT

ଗଜପତି,୧୧/୧୧(ପ୍ରଭାତ ପାତ୍ର ) :କେନ୍ଦ୍ର ସରକାରଙ୍କ କୃଷି ବିଲ୍ ଉପରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ ଶୋଭାଯାତ୍ରା। କୃଷକ ହେଉଛନ୍ତି ଦେଶର ମେରୁଦଣ୍ଡ। ତଥାପି ଅନେକ ସମୟରେ ଅର୍ଥନୈତିକ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି ଚାଷୀ। ଇତି ମଧ୍ୟରେ ଦୁଇ ଦୁଇଟି କୃଷି ସମ୍ପର୍କିତ ବିଲ୍ ରେ କୃଷକଙ୍କ ଅଧିକାର କ୍ଷୁର୍ଣ୍ଣ ହୋଇଛି। କୃଷି ଉତ୍ପାଦିତ ଦ୍ରବ୍ୟର ବଜାର ଉପରେ କୈାଣସି ନିୟନ୍ତ୍ରଣ ନାହିଁ। ଏଥିରେ କୃଷକଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦିଆଯାଇ ନଥିବା ଅଭିଯୋଗ କରିଛି କଂଗ୍ରେସ। ଏଥି ସହ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ଏହାର ପ୍ରତିବାଦ ସ୍ବର ଉଠାଇ ଦେଶବ୍ୟାପୀ ଆନ୍ଦୋଳନ ଆହ୍ଵାନରେ ସାମିଲ ହୋଇ ଶତାଧିକ କଂଗ୍ରେସ କର୍ମୀଙ୍କ ଏକ ଶୋଭାଯାତ୍ରା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

Advertisement