Tuesday, September 8, 2026
ADVERTISEMENT
Home ମୁଖ୍ୟ ଖବର ବିନା ପ୍ରମାଣପତ୍ରରେ ମିଳିବ ମାଗଣା ଚିକିତ୍ସା

ବିନା ପ୍ରମାଣପତ୍ରରେ ମିଳିବ ମାଗଣା ଚିକିତ୍ସା

374
ADVERTISEMENT

ଭୁବନେଶ୍ବର,(ଦୁନିଆ ହାଲ୍ ଚାଲ୍): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସ୍‌କେୱାଇରେ ବିନା ପ୍ରମାଣପତ୍ରରେ ସ୍ବାସ୍ଥ୍ୟ ଉପକେନ୍ଦ୍ରଠାରୁ ଆରମ୍ଭ କରି ପିଏଚ୍‌ସି, ସିଏଚ୍‌ସି, ଉପଖଣ୍ଡ ଚିକିତ୍ସାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ରୋଗୀମାନେ ମାଗଣାରେ ଚିକିତ୍ସା ପାଇପାରିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ବ୍ୟବସ୍ଥା କରାଯାଇଛି। ରୋଗୀଙ୍କୁ ମାଗଣା ଚିକିତ୍ସା ସୁନିଶ୍ଚିତ କରିବାକୁ ସ୍ବାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା ନିର୍ଦେଶ ଦେଇଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ନେଇ ଡା.ମେହେର୍ଦା ଆଜି ସଚିବାଳୟରେ ସମୀକ୍ଷା କରିଛନ୍ତି। ଏଥିରେ ମେଡିକାଲ କଲେଜ କର୍ତୃପକ୍ଷ ଯୋଜନାର ମାର୍ଗଦର୍ଶିକା ସଂପର୍କରେ ଠିକ୍‌ଭାବେ ଅବଗତ ହେବା, ବିନା ମୂଲ୍ୟରେ ରୋଗୀଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସେବା ପ୍ରଦାନ କରିବା, ରୋଗୀମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ ସେଥିପାଇଁ ଦୃଷ୍ଟି ଦେବା ପାଇଁ ନିର୍ଦେଶ ଦିଆଯାଇଛି। ବିଏସ୍‌କେୱାଇରେ ରୋଗ ନିରୂପଣ ପରୀକ୍ଷା ଓ ବିନା ମୂଲ୍ୟରେ ଔଷଧ ପ୍ରଦାନ କରାଯାଉଥିବା କୁହାଯାଇଛି। ଏହି ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ନିର୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକ, ଯୁଗ୍ମ ସଚିବ ଯାମିନୀ ଷଡ଼ଙ୍ଗୀ, ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ହରପ୍ରସାଦ ପଟ୍ଟନାୟକ, ଡିଏମ୍‌ଇଟି ଡା.ସୋନାମାଲି ବାଗ୍, ସମସ୍ତ ମେଡିକାଲ କଲେଜର ଅଧ୍ୟକ୍ଷ, କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ, ରାଉରକେଲା ସରକାରୀ ‌ଡାକ୍ତରଖାନା, ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନର ନିର୍ଦେଶକ, ଶିଶୁଭବନର ନିର୍ଦେଶକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Advertisement