Friday, November 6, 2026
ADVERTISEMENT
Home ଆଞ୍ଚଳିକ କରୋନା ପୁନଃ ସଂକ୍ରମଣ ଆଶଙ୍କା ରେ ଲୋକଙ୍କୁ ସଚେତନ କଲା କୋଦଳା ପ୍ରଶାସନ

କରୋନା ପୁନଃ ସଂକ୍ରମଣ ଆଶଙ୍କା ରେ ଲୋକଙ୍କୁ ସଚେତନ କଲା କୋଦଳା ପ୍ରଶାସନ

190
ADVERTISEMENT

କୋଦଳା,୧୦/୧୧(ସୂର୍ଯ୍ୟନାରାୟଣ ବଡୁ): ଶୀତ ଦିନ ରେ ମହାମାରୀ କରୋନା ର ପୁନଃ ପ୍ରଶାସନ ର ଆଶଙ୍କା ଦେଖାଦେଇଥିବାରୁ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ କାର୍ଯ୍ଯ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ପ୍ରତ୍ଯକ୍ଷ୍ଯ ତତ୍ଵାବଧାନ ତଥା ତହସିଲଦାର ଅବନୀ କୁମାର ସାହୁଙ୍କ ସହଯୋଗରେ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ,କୋଦଳା ଥାନା ସବ ଇନିସପେକ୍ଟର ଆରତୀ ପରିଡା ତହସିଲ କର୍ମକର୍ତ୍ତା , ଅଙ୍ଗନବାଡି କର୍ମୀ /ସହାୟିକା ଏନଏସି କର୍ମକର୍ତ୍ତା ସମେତ ward ଅଫିସର , ସ୍ୱଚ୍ଛସାଥି , କୋଭିଡ ମନିଟର ସମେତ ବହୁ ସମାଜସେବୀ ସାମାଜିକ ଦୂରତ୍ୱ ଓ କୋଭିଡ କଟକଣାକୁ ପାଥେୟ କରି ବିଭି୍ନ୍ନ ସ୍ଲୋଗାନ ଲେଖାଥିବା ଫ୍ଲାକାର୍ଡ ଧରି ଏନଏସି କାର୍ୟାଳୟ ଠାରୁ ବାହାରି ନଗର ପରିକ୍ରମା କରି କରୋନା ହାରିବ କୋଦଳା ବଞ୍ଚିବ , କରୋନାହାରିବ ଆମେ ଜିତିବା , ମାସ୍କ ପିନ୍ଧନ୍ତୁ , ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ , ସର୍ବ ସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ , ସାବୂନରେ ଭଲଭାବେ ହାତ ଧୁଅନ୍ତୁ , ଶୀତ ଦିନ ପ୍ରତି ଜାଗ୍ରତ ରୁହନ୍ତୁ ଏପରି ବିଭି୍ନ୍ନ ପ୍ରକାର ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିଥିଲେ ।ଏନଏସି କାର୍ୟାଳୟ ଠାରୁ ବାହାରି ପିଡବ୍ଲ୍ଯୁଡି ମୁକ୍ଷ୍ଯରାସ୍ତା ଦେଇ ବସଷ୍ଟାଣ୍ଡ ,ଚାରିଛକ , ଦଣ୍ଡୀଶ୍ଵର ଛକ, ପୁରୁଣା ବଜାର ହୋଇ ପୂଣି ଏନଏସି କାର୍ୟାଳୟରେ ପହଞ୍ଚିଥିଲେ । ସ୍ଥାନେ ସ୍ଥାନେ ଡାକବାଜି ଯନ୍ତ୍ର ଦ୍ଵାରା ତହସିଲଦାର ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଥିଲା ।

Advertisement