Thursday, November 5, 2026
ADVERTISEMENT
Home ଆଞ୍ଚଳିକ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି : ଦିବ୍ୟାଙ୍ଗ ପିଲା ଦୁହିଁଙ୍କ ବାପାମା

ସରକାରୀ ସହାୟତାକୁ ଚାହିଁ ବସିଛନ୍ତି : ଦିବ୍ୟାଙ୍ଗ ପିଲା ଦୁହିଁଙ୍କ ବାପାମା

221
ADVERTISEMENT

ବ୍ରହ୍ମପୁର,୯/୧୧(ଡ଼ି.ଏଚ,ବ୍ୟୁରୋ) : ବ୍ରହ୍ମପୁର ଉପକଣ୍ଠ ବୋରିଗାଁର ଖଣ୍ଡିଆ ସହି ନିବାସୀ ତଥା ଶ୍ରମିକ କାର୍ଯ୍ୟ କରୁଥିବା ଅସହାୟ କୁଶ ସାହୁ ଓ ସ୍ତ୍ରୀ ଝୁମୁରି ସାହୁଙ୍କ ଜାଆଁଳ ଶିଶୁପୁତ୍ର ଦ୍ୱୟ ସେମାନଙ୍କ ନାମ ଓ଼ମ୍ ଓ ସାଇ । ଜନ୍ମରୁ ଦୁଇ ପୁଅ ଦିବ୍ୟାଙ୍ଗ ଅଟନ୍ତି ,ସେମାନଙ୍କର ବୟସ ତିନିବର୍ଷ ଦଶ ମାସ । ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଦିବ୍ୟାଙ୍ଗ ଦୁଇ ଭାଇ । ଜନ୍ମରୁ ଏହି ଦୁଇ ଭାଇ ଦିବ୍ୟାଙ୍ଗ ଥିବା ବେଳେ ସରକାରୀ ଭତ୍ତା ମିଳୁନଥିବା ଅଭିଯୋଗ ହୋଇଛି। କାରଣ ସେମାନଙ୍କର ଆଧାରକାର୍ଡ଼ ନଥିବା ଯୋଗୁଁ ତାଙ୍କୁ ଏଯାବତ ଭିନ୍ନକ୍ଷମ ଭତ୍ତା ମିଳିନାହିଁ । ଯେଉଁ ବୟସରେ ପାଠ ପଢ଼ା ସହ ଖେଳ କୁଦ କରିବା କଥା, ସେଇ ବୟସରେ ବାପା ମାଙ୍କ ପାଇଁ ବୋଝ ପାଲଟିଛନ୍ତି ଦୁଇ ପୁଅ lଏଭଳି ଅଭିଯୋଗ ଆସିଛି ଗଂଜାମ ଜିଲ୍ଲା କୁକୁଡାଖଣ୍ଡି ତହସିଲ ବୋରିଗାଁରୁ।


ଅର୍ଥ ଅଭାବରୁ ଦିବ୍ୟାଙ୍ଗ ପିଲାଙ୍କ ଚିକିତ୍ସା କଥା ଚିନ୍ତାରେ ପରିବାର ଲୋକେ। ଏବେ କେବଳ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି। ତେବେ ଦିବ୍ୟାଙ୍କର ଏପିର ସମସ୍ୟା ଜାଣିବା ପରେ ପରିବାରକୁ ଖୁବ୍‌ଶୀଘ୍ର ଭତ୍ତା ପ୍ରଦାନ କରାଯିବ ଏବଂ ଏଇମ୍ସରେ ପିଲାଙ୍କ ଚିକିତ୍ସା ପାଇଁ ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ।

Advertisement