Friday, November 6, 2026
ADVERTISEMENT
Home ଆଞ୍ଚଳିକ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦିଗପହଣ୍ଡି ଗସ୍ତରେ ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ଉଦ୍ଘାଟନ

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦିଗପହଣ୍ଡି ଗସ୍ତରେ ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ଉଦ୍ଘାଟନ

189
ADVERTISEMENT

ବ୍ରହ୍ମପୁର , ୮/୧୧(ଇ.ରଞ୍ଜନ) : ବ୍ରହ୍ମପୁର ଭୋର ସକାଳୁ ଓଡିଶା ବିଧାନସଭା ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ବ୍ରହ୍ମପୁର ଗ୍ରସ୍ତ କରିଥିଲେ ଷ୍ଟେସନ ସର୍କିଟ ହାଉସରେ ପହଂଚି ନିକଟସ୍ଥ ଜନପ୍ରତିନିଧିଙ୍କୁ ସାକ୍ଷାତ ସହ ବିକାଶକୁ ନେଇ ଆଲୋଚନା କରିବା ପରେ ଦିଗପହଣ୍ଡି ବ୍ଲକ ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିରାଟ ବାଇକ ଶୋଭାଯାତ୍ରା ରେ ଦିଗପହଣ୍ଡି ଏନ.ଏ.ସି. ନିକଟ ବସ ଷ୍ଟାଣ୍ଡରେ ପହଂଚି ଏକ କୋଟି ଛତିଶ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ଗ୍ରୀନ ଫିଲଡ ସ୍ମାର୍ଟ ଏଲ.ଇ.ଡି. ପ୍ରକଳ୍ପର ଭିର୍ତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଅଙ୍କୋରଡା ଠାରେ କଲ୍ୟାଣ ମଣ୍ଡପ ଉଦ୍ଘାଟନ,ଉଚ୍ଚବିଦ୍ୟାଳୟ ଘର ଉଦ୍ଘାଟନ, ଗୁଡ଼ିଆ ସମାଜ କୋଠଘର ଉଦ୍ଘାଟନ ଏବଂ ହିତାଧୀକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । ଚାଞ୍ଚଡାପଲ୍ଲୀ ଠାରେ ଅଙ୍ଗନାବାଡ଼ି କେନ୍ଦ୍ର ଓ ରୋଷେଇଘରର ଉଦ୍ଘାଟନ , ଉଚ୍ଚବିଦ୍ୟାଳୟ ଘର ଉଦ୍ଘାଟନ ଏବଂ ହିତାଧୀକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । ନବରଙ୍ଗପୁର ଠାରେ କଲ୍ୟାଣ ମଣ୍ଡପ , କମ୍ୟୁନିଟି ହଲର ଉଦ୍ଘାଟନ କରିଥିଲେ । ସେହିପରି କୈଠଡା ପଞ୍ଚାୟତର କଲ୍ୟାଣପୁର ଗ୍ରାମ ଠାରେ ଥିବା ମାର୍କେଟ କମ୍ପ୍ଲେକ୍ସ ଉଦ୍ଘାଟନ , ବିଭିନ୍ନ ହିତାଧୀକାରୀମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ ଏବଂ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରିଥିଲେ । ସିଦ୍ଧେଶ୍ଵର ଠାରେ କମ୍ୟୁନିଟି ହଲର ଉଦ୍ଘାଟନ ସହ ହିତାଧୀକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । ଏହା ସହ ସେଠାକାର ଲୋକଙ୍କ ସହ ଆଗାମୀ ଦିନରେ ଥିବା ବିକାଶ ଉପରେ ଆଲୋଚନା କରି ବ୍ଲକ ଅଧିକାରୀଙ୍କୁ ଲୋକଙ୍କ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଦେଇ କାର୍ଯ୍ୟ ସମ୍ପାଦନ ନିମନ୍ତେ ନିର୍ଦେଶ ଦେଇଥିଲେ ।

Advertisement