ବ୍ରହ୍ମପୁର, ୮/୧୧(ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁକ୍ରବାର ଦିନ ପୁରୁଷୋତ୍ତମପୁର, ବେଗୁନିଆପଡା,ଖଲ୍ଲିକୋଟ ଓ ହିଞ୍ଜିଳିକାଟୁ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ମା ତାରାତାରିଣୀଙ୍କ ପୀଠରେ ଜିଲ୍ଲାପାଳ ଯଜ୍ଞ ବେଦୀ,ସ୍ନାନ ମଣ୍ଡପ, ପ୍ରସାଦସେବନ ମଣ୍ଡପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ । ୪ଟି ଯାକ ବ୍ଲକ ସମୀକ୍ଷା ବୈଠକରେ ଜିଲ୍ଲାପାଳ କରୋନାର ଦ୍ବିତୀୟ ପ୍ରବାହରେ ଅଧିକ ସତର୍କତା ରହିବାକୁ ହେବ । କରୋନା ସକ୍ରମଣ କମିଛି,ହେଲେ ଭୟ ଦୂର ହୋଇନି ।ଶୀତରେ ଦ୍ବିତୀୟ ପ୍ରବାହର ଆଶଙ୍କା ରହିଛି ।ପଞ୍ଚସୂତ୍ର ନିୟମକୁ କଡାକଡି ଭାବେ ପାଳନ କରିବା ଓ ଆବଶ୍ୟକ ସ୍ଥଳରେ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଜିଲ୍ଲାପାଳ ତହସିଲଦାର ଓ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଗ୍ରାମାଞ୍ଚଳରେ ଲୋକମାନଙ୍କ ଆର୍ଥିକ ଅବସ୍ଥା ଭୁସିଡିପଡିଥିବାରୁ ମନରେଗା ଯୋଜନାରେ ଅଧିକରୁ ଅଧିକ ଶ୍ରମିକ ଦିବସ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ ।ସବୁ
ପଞ୍ଚାୟତରେ ଅଙ୍ଗନବାଡି କେନ୍ଦ୍ର, ପୋଖରୀ ହୁଡା ନିର୍ମାଣ, ଖେଳପଡିଆ,ମୋ ଉପକାରୀ ବଗିଚା, ବୃକ୍ଷ ରୋପଣ, କୁକୁଡ଼ା ଫାର୍ମ ଆଦି କାମରେ ନିୟୋଜିତ କରି ଅଧିକ ଶ୍ରମ ଦିବସ ସୃଷ୍ଟି କରିବା ପାଇଁ ସମସ୍ତ ଜନପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କୁ କହିଥିଲେ ।ଯେଉଁ କର୍ମଚାରୀ ମାନେ ଲୋକମାନଙ୍କୁ ରୋଜଗାର ଦେବାରେ ଅବହେଳା କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଆଲୋକରଣ,ସୌନ୍ଦର୍ଯ୍ୟ କରଣ,ପାନୀୟ ଜଳଯୋଗାଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଗାଁ ପରିମଳ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି।ସମସ୍ତ ବ୍ଲକ ରେ ଆୟୋଜିତ ସମୀକ୍ଷା ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ସମସ୍ତ ବିଭାଗ ର ପଦାଧିକାରୀ, ପଞ୍ଚାୟତ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ । ପୁରୁଷୋତ୍ତମପୁର ବ୍ଲକ ସମୀକ୍ଷା ବୈଠକରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ନାରାୟଣ ବୈଦ୍ୟ,ଜିଲ୍ଲାପରିଷଦ ଉପାଧ୍ୟକ୍ଷ।ସ୍ନେହ ଲତା ପଣ୍ଡା, ବ୍ଲକ ଉପାଧ୍ୟକ୍ଷ।ବବିତା ରାଉଳ, ବିଡିଓ ବିଜୟ କୁମାର ବେହେରା, ତହସିଲଦାର ଜନ୍ନେଜୟ ସାହୁ,ଏବିଡିଓ ମଧୁସୂଦନ ମହାରଣା,ସମିତି ସଭ୍ୟ ନିର୍ମଳ ଚନ୍ଦ୍ର ସାହୁ, ସରପଞ୍ଚ ଗୋପାଳସେଠି ,ରାଜେନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

















