ହିଞ୍ଜିଳିକାଟୁ,୫/୧୧(ଶେଷଦେବ ସାହୁ): ବୁଧବାର ରାତିରେ ୫୯ ନମ୍ବର ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ନିୟନ୍ତ୍ରିତ ବଜାର ନିକଟରେ ଏକ ଯାତ୍ରୀବାହୀ ଅଟୋ(ଓଡି୩୩ଜି ୩୮୭୧) ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଦୂର୍ଘଟଣା ଗ୍ରସ୍ତ ହୋଇଥିଲା । ଦୂର୍ଘଟଣାରେ ଅଟୋରେ ଯାତ୍ରା କରୁଥିବା ସ୍ଥାନୀୟ ଥାନା ସିକିରି ଗ୍ରାମର ଗଙ୍ଗାରାମ କାଣ୍ଡି(୧୮) ଓ ସୁମନ ଜେନା (୧୪) ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

















