ହିଞ୍ଜିଳିକାଟୁ,୪/୧୧(ଶେଷଦେବ ସାହୁ):- ହିଞ୍ଜିଳି ବ୍ଲକ ଆଲପୁର ଗ୍ରାମର ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତ ସଦାନନ୍ଦ ଦଳାଇଙ୍କ ଧର୍ମପତ୍ନୀ ହେମଲତା ଦଲାଇ ସୋମବାର ଦିନ ଇହଲୀଳା ସମ୍ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ବୟସ ହୋଇଥିଲା। ସେ ଜଣେ ମେଳାପୀ, ମିଷ୍ଟଭାସି, ଏବଂ ଧର୍ମପରାୟଣ ମହିଳା ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ବାସ ଭବନରେ ପହଞ୍ଚି ପୁଷ୍ପ ମାଲ୍ୟ ଅର୍ପଣ କରି ତାଙ୍କ ଅନ୍ତିମ ଦର୍ଶନ କରିଥିଲେ। ସ୍ବର୍ଗତ ହେମାଲତାଙ୍କ ଅମର ଆତ୍ମା ପ୍ରତି ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶୋକସନ୍ତପ୍ତ ପରିବାରକୁ ସମାବେଦନା ଜଣାଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ୬ ପୁଅ ରମେଶ, ପ୍ରକାଶ,ପ୍ରଦୀପ,ସନ୍ତୋଷ, ସୁବାଷ ଓ ପ୍ରସନ୍ନ ଓ ଏକ ମାତ୍ର କନ୍ୟା ଝୁନୁ ଦଳାଇ, ପୁତ୍ରବଧୁ, ନାତି,ନାତୁଣୀ ମାନେ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମ ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

















