ADVERTISEMENT
Home ଆଞ୍ଚଳିକ ପାରଳାଖେମୁଣ୍ଡି ଠାରେ ୩୬ ତମ ଗଜଲକ୍ଷ୍ମୀ ପୂଜା ନିରାଡ଼ମ୍ବର’ରେ ପାଳିତ

ପାରଳାଖେମୁଣ୍ଡି ଠାରେ ୩୬ ତମ ଗଜଲକ୍ଷ୍ମୀ ପୂଜା ନିରାଡ଼ମ୍ବର’ରେ ପାଳିତ

186
ADVERTISEMENT

ପାରଳାଖେମୁଣ୍ଡି,୪/୧୧(ପ୍ରଭାତ କୁମାର ପାତ୍ର ) ; ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସ୍ଥିତ ଓଡିଆ ଭଣ୍ଡାରୀ ସାହି ପୂଜାକମିଟି ପକ୍ଷରୁ ସ୍ଥାନୀୟ ଭଣ୍ଡାରୀ ସାହି ଛକ ଠାରେ ୩୬ ତମ ଗଜଲକ୍ଷ୍ମୀ ପୂଜା କୋଭିଡ କଟକଣା ଯୋଗୁଁ ନିରାଡ଼ମ୍ବର’ରେ ପାଳିତ ହେଉଛି ।
“କୁମାର ପୂର୍ଣ୍ଣିମା” ଦିନଠାରୁ ଆରମ୍ଭ ହୋଇଥିବା ଏହି ଗଜଲକ୍ଷ୍ମୀ ପୂଜା ୭ ଦିନ ଧରି ପାଳିତ ହେବ ବୋଲି ପୂଜା-କମିଟି ପକ୍ଷରୁ କୁହାଯାଇଛି ।
ଚଳିତ ବର୍ଷ କରୋନା ମହାମାରୀ’ର କୋଭିଡ କଟକଣା’କୁ ଦୃଷ୍ଟିରେ ରଖି ଏବଂ ଏଥିପାଇଁ ପ୍ରଶାସନ’ର ବାରଣ ଯୋଗୁଁ ପୂଜା କମିଟି ପକ୍ଷରୁ ମା’ ଗଜଲକ୍ଷ୍ମୀ’ଙ୍କ ସମସ୍ତ ପୂଜାବିଧି କାର୍ଯ୍ୟକ୍ରମ ପରଦା ପକାଇ ବିନା ଶ୍ରଦ୍ଧାଳୁ ଭକ୍ତ’ରେ ନିରାଡ଼ମ୍ବର ଭାବରେ ପୂଜାବିଧି କାର୍ଯ୍ୟକ୍ରମ କରା ଯାଉଛି । ଶ୍ରଦ୍ଧାଳୁ ଭକ୍ତ ମାନେ ଆସୁଛନ୍ତି , ମା’ଗଜଲକ୍ଷ୍ମୀ’ଙ୍କୁ ଦର୍ଶନ କରିବା ପାଇଁ ହେଲେ କୋଭିଡ କଟକଣା’ରେ ଦର୍ଶନ ନ ପାଇ ନିରାଶ ହୋଇ ଫେରି ଆଉଛନ୍ତି । କୋଭିଡ କଟକଣା ସମୟ’ରେ ଭକ୍ତଙ୍କ ସମ୍ଭାବ୍ୟ ଭିଡ଼’କୁ ଦୃଷ୍ଟିରେ ରଖି ପ୍ରଶାସନ’ର ବାରଣ ଯୋଗୁଁ ମା’ଙ୍କ ସମ୍ମୁଖରେ ସମ୍ପୂର୍ଣ୍ଣ ପରଦା ପକାଯାଇ ପୂଜାବିଧି କାର୍ଯ୍ୟକ୍ରମ କରାଯାଉଛି ।
ମା’ ଗଜଲକ୍ଷ୍ମୀ’ଙ୍କ ଏହି ନୀତି-ଦିନିଆ ପୂଜାବିଧି କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ମୁଖ୍ୟତଃ ସକାଳ ଠାରୁ ଆରମ୍ଭ କରି ରାତ୍ର ପହଡ଼ ପର୍ଯ୍ୟନ୍ତ ମଙ୍ଗଳ-ଆଳତି , ମା’ ଙ୍କ ସ୍ନାନ କାର୍ଯ୍ୟ , ଷୋଢ଼ଶ ପୂଜା , ହୋମ , ଅନ୍ନଭୋଗ , ସନ୍ଧ୍ୟା ଆଳତି ଏବଂ ରାତ୍ର ପହଡ଼’ରେ ମିଷ୍ଟାନ୍ନ ଭୋଗ ପ୍ରଭୃତି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥାଏ ବୋଲି ମା’ଙ୍କ ପୂଜକ ରାମକୃଷ୍ଣ ମିଶ୍ର ଏବଂ ସୀମାଞ୍ଚଳ ତ୍ରିପାଠୀ ଜଣାଇଛନ୍ତି।
ମା’ ଗଜଲକ୍ଷ୍ମୀ’ଙ୍କ ନିତିଦିନିଆ ପୂଜାବିଧି କାର୍ଯ୍ୟକ୍ରମ’ରେ ପୂଜକ ଦ୍ବୟ’ଙ୍କୁ କମିଟି’ର ପ୍ରଭାତ ପାତ୍ର ଏବଂ ଜିତୁ ପାଣିଗ୍ରାହୀ ସହଯୋଗ କରି ଆସୁଥିବା ବେଳେ ସମସ୍ତ ପୂଜା କାର୍ଯ୍ୟକ୍ରମ’କୁ କମିଟି’ର ରଘୁ ପାଣିଗ୍ରାହୀ , ବାବୁନା ବେହେରା , ପ୍ରସାଦ ଗୌଡ଼ , ବାବୁଲା ଜେନା , ଶୁରେଶ ପରିଛା ଏବଂ ମିଟୁ ବେହେରା ପ୍ରମୁଖ ପରିଚାଳନା ଓ ସହଯୋଗ କରୁଛନ୍ତି ।

Advertisement