ବ୍ରହ୍ମପୁର,୧/୧୧(ଇ.ରଞ୍ଜନ) : ବ୍ରହ୍ମପୁର କଂଗ୍ରେସକାର୍ଯ୍ୟାଳୟ ପରିସରରେ ଆଜି ସାରା ଦେଶରେ କଂଗ୍ରେସ କାର୍ଯ୍ୟାଳୟ ମାନଙ୍କ ରେ କର୍ମୀଙ୍କ ଠାରୁ ନେତା ପର୍ଯ୍ୟନ୍ତ ଦିନଟିକୁ ଖୁସୀର ମାହଲ ରେ ଏହାକୁ ଦିବସ ରୂପେ ପାଳନ କରିଛନ୍ତି l ମନ ରେ ପୁଣି ଜାତୀୟ କଂଗ୍ରେସ ଦେଶ ଚଲାଇବା ପାଇଁ ଆଶା ଜାଗ୍ରତ କରି ରାଜ୍ୟ ଠାରୁ ସମସ୍ତ ଜିଲ୍ଲାରେ କଂଗ୍ରେସରେ ସଂସ୍କାର ଅଣାଯିବ ବୋଲି ମତ ପ୍ରକାଶ ପାଇଛି । ସଂସ୍କାରର ମୂଳ ପଦକ୍ଷେପ ଜିଲ୍ଲାସଭାପତି ପରିବର୍ତ୍ତନରେ ଦକ୍ଷ ଯୁବଗୋଷ୍ଠୀଙ୍କୁ ସାମିଲ୍ କରାଯାଇ ଜିଲ୍ଲା ଦାୟିତ୍ଵ ନ୍ୟସ୍ତ କରାଯାଇଅଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭାବେ ସାନଖେମୁଣ୍ଡି ବିଧାୟକଙ୍କୁ ରମେଶଙ୍କୁ ଦାୟିତ୍ଵ ମିଳିବା ପରେ କର୍ମୀ ମହଲରେ ଅହେତୁକ ଉତ୍ସାହ ଦେଖାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଜେନାଙ୍କ ନିର୍ଦ୍ଧେଶ କ୍ରମେ ଆଜି ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ,ଲୌହ ମାନବୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ୩୬ ତମ ତିରୋଧାନ ଦିବସ ପାଳିତ ହୋଇଯାଇଅଛି । ପୂର୍ବ ପ୍ରସ୍ତୁତି ସହିତ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକରୁ ଆସି ବ୍ରହ୍ମପୁର ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏକତ୍ରିତ କଂଗ୍ରେସ ଅନୁଗାମୀ ଓ କର୍ମକର୍ତ୍ତା ମାନେ ସେଠାରୁ ବାହାରି ପୁରୁଣା ବସଷ୍ଟାଣ୍ଡ ଠାରେ ଥିବା ବହୁ ପୁରାତନ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ପଣ କରିଥିଲେ ।

















