ବ୍ରହ୍ମପୁର,୧/୧୧(ଇ.ରଞ୍ଜନ) : ସହରର କଚାରାସ୍ତାର ପୁନଃଉର୍ଦ୍ଧlର ଡିସେମ୍ବର ଶେଷ ସୁଦ୍ଧା ପ୍ରମୁଖ ରାସ୍ତାଗୁଡ଼ିକ ମରାମତି ହେବ ବୋଲି ବ୍ରହ୍ମପୁର ମହାନଗର ନିଗମ (ପୌର ନିଗମ ) ପକ୍ଷରୁ ନିଷ୍ପତି ନିଆଯାଇଛି ।ଜାନିବିଲି ଜଳ ଯୋଗାଣ ନିମନ୍ତେ ଯେଉଁ ରାସ୍ତା ପାର୍ଶ୍ୱ ଖନନ କରି ପାଇପ ବିଛାଯାଇଥିଲା ଯାହା ଫଳରେ ରାସ୍ତାର ଅସ୍ତିତ୍ବ ନାହିଁ । ଯାହା ଫଳରେ ଲୋକଙ୍କ ନାନା ଦୁର୍ଘଟଣାରେ ଶିକାର ହେବା ପାଇଁ ପଡୁଥିଲା ଏହା ସହ ବର୍ଷାଦିନ ରେ ବିଭିନ୍ନ ସ୍ଥାନ ମାନଙ୍କ ରେ ପାଣି ଜମିରହୁଥିଲା ଏହାକୁ ଦୃଷ୍ଟି ରେ ରଖି ନିଗମ ପରିଷଦ ପକ୍ଷରୁ ନିଷ୍ପତି
ସଡ଼କ ମରାମତି ସହ ୩୭ଟି ଶୌଚାଳୟ ଦୁଇଟି କଲବର୍ଟ ସମେତ ରାସ୍ତା ମଧ୍ୟ ନିର୍ମାଣ ପାଇଁ ନିଗମ ପକ୍ଷରୁ ୩ କୋଟି ଟଙ୍କା ବ୍ୟୟଧlର୍ଯ୍ୟ ପାଇଁ ନିଷ୍ପତ୍ତି ନିଆଯାଇଛି । ରାସ୍ତା ମରାମତି ଓ ଶୌଚାଳୟ ନିର୍ମାଣ ପାଇଁ ଟେଣ୍ଡର ପିକ୍ସଙ୍ଗ ହୋଇ ସାରିଛି ଡିସେମ୍ବର ଶେଷ ସୁଦ୍ଧା ମରାମତି ସାରିବା ପାଇଁ ନିୟୋଜିତ ଠିକାଧାର କୁ ନିର୍ଦେଶ ଦିଆଯାଇଛି । ମହାନଗର ନିଗମ ଓ ସ୍ୱଚ୍ଛ ଭାରତ ମିଶନ ଦୁହେଁ ଙ୍କ ଅର୍ଥ ଏଠାରେ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ରେ ଖର୍ଚ୍ଚ ସମ୍ପାଦନ କରିବେ ବୋଲି ବ୍ରହ୍ମପୁର ନିଗମ ଆୟୁକ୍ତ ଶୀଧେଶ୍ଵର ବଳିରାମ ବୋଣ୍ଡାର ମତ ପୋଷଣ କରି କହିଛନ୍ତି । ମହାନଗର ନିଗମ ପକ୍ଷରୁ ବିଭିନ୍ନ ସ୍ଥାନର ଶୌଚାଳୟକୁ ନିର୍ମାଣ ମଧ୍ୟ ଏହି ଯୋଜନାରେ ସାମିଲ ହୋଇଛି ।
ପ୍ରତିବର୍ଷ ଯୋଜନାକୁ ଦଶହରା ପୂର୍ବରୁ ସହରର କିଛି ରାସ୍ତା ମରାମତି ହେଉଥିବା ବେଳେ ଏବର୍ଷ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ରାସ୍ତା ମରାମତି କାମ ହୋଇନଥିଲା ।ସହରର ବିଭିନ୍ନ ଅଞ୍ଚଳର ବାସିନ୍ଦା ଏହି ସମସ୍ୟା ସମ୍ପର୍କରେ ଅଭିଯୋଗ କରିବାରୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ବିଏମସି କମିଶନର ବୋଣ୍ଡାର ଅକ୍ଟୋବର ୩ରେ ବ୍ରହ୍ମପୁର ସହର ଡ୍ରେନ ଓ ରାସ୍ତା ପରିସ୍ଥିତି ବୁଲି ପରଖି ଥିଲେ ଏ, ଏବେ କାର୍ଯ୍ୟ ଆଦେଶ ଦେଇଥିଲେ ।

















