Friday, November 6, 2026
ADVERTISEMENT
Home ଆଞ୍ଚଳିକ ପୁରୁଷୋତ୍ତମପୁର ସମିତି ବୈଠକ :ଜନପ୍ରତିନିଧି ମାନେ ବୈଠକ ଅଧାରୁ ଉଠିଚାଲିଗଲେ

ପୁରୁଷୋତ୍ତମପୁର ସମିତି ବୈଠକ :ଜନପ୍ରତିନିଧି ମାନେ ବୈଠକ ଅଧାରୁ ଉଠିଚାଲିଗଲେ

ମୁଖ୍ୟ ପ୍ରସଙ୍ଗ-ବ୍ଲକରେ ପିସି କାରବାର ନିମ୍ନମାନର ଛତୁଆଯୋଗାଣ, ସରକାରୀ ଯୋଜନା ଜନପ୍ରତିନିଧିଙ୍କୁ ନଣାଇବା

181
ADVERTISEMENT

ବ୍ରହ୍ମପୁର,୩୦/୧୦(ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରାଜନୀତି ଗଣିତ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟ କଳାପରେ ଜନପ୍ରତିନିଧିଙ୍କ ଆସ୍ଥା ଓ ବିଶ୍ୱାସ ହରାଇ ବୈଠକକୁ ନ ଆସିବା ,ବୈଠକକୁ ବର୍ଜ୍ଜନ କଲା ଭଳି ଅନେକ କାର୍ଯ୍ୟ ପନ୍ଥା ଗ୍ରହଣ କରିଥିବା ଦେଖିବାକୁ ମିଳିଛି ।ଗତ ୧୪ତାରିଖରେ ବ୍ଲକର ଦ୍ବାଦଶ ତମ ବୈଠକ ଥିଲେ ମଧ୍ୟ କୋରମ୍ ଅଭାବରୁ ତାହା ସମ୍ଭବ ହୋଇନଥିଲାପୁଣି ୧୪ଦିନ ମଧ୍ୟରେ ସମିତି ବୈଠକ ବୁଧବାର ଦିନ ବ୍ଲକ ଅଧ୍ୟକ୍ଷଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥବା ବେଳେ ଆସ୍କା ଲୋକସଭା ସଦସ୍ୟା ପ୍ରର୍ମିଳା ବିଷୋୟି ଯୋଗଦେଇଥିଲେ । ବୈଠକରେ ଜନପ୍ରତିନିଧିଙ୍କ ଅଭିଯୋଗ, ପିସି କାରାବାର,ଅଙ୍ଗନବାଡ଼ି କେନ୍ଦ୍ରକୁ ନିମ୍ନ ମାନର ଛତୁଆଯୋଗାଣ, ଅଙ୍ଗନବାଡି କେନ୍ଦ୍ର କୁ ବିଦ୍ୟୁତ୍ ସଯୋଗ ନକରିବା,ସରକାରୀ ଯୋଜନାକୁ ଅବଗତ ନକରିବା ଆଦି ବିଭିନ୍ନ ପ୍ରସଙ୍ଗରେ ଉତ୍ତର ନମିଳିବାରୁ ବୈଠକ ଅଧାରୁ ଜନପ୍ରତିନିଧି ମାନେଉଠି ଚାଲିଯାଇଥିଲେ । ବିଦ୍ୟୁତ୍ ବିଭାଗ ,ଆରଡ଼ି ବିଭାଗର କୌଣସି ଅଧିକାରୀ ଯୋଗଦେଇନଥିଲେ ।ଏହି ବୈଠକରେ ବିଡିଓ ଵିଜୟ କୁମାର ବେହେରା, ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ, ଏବିଡିଓ ମଧୁସୂଦନ ମହାରଣା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ। ସ୍ନେହ ଲତା ପଣ୍ଡା, ବ୍ଲକ ଉପାଧ୍ୟକ୍ଷ। ବବିତା ରାଉଳ ,ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ । ଜନପ୍ରତିନିଧିଙ୍କ ବୈଠକ ଅଧାରୁ ଚାଲିଯିବା ବ୍ଲକ ପ୍ରଶାସନ ପକ୍ଷରୁ କଣ କାର୍ଯ୍ୟ ପନ୍ଥା ଅବଲମ୍ବନ କରୁଛନ୍ତି ତାହା ଆଗାମୀ ଦିନରେ ହିଁ ଜଣାପଡିବ ।

Advertisement