Saturday, November 7, 2026
ADVERTISEMENT
Home ଆଞ୍ଚଳିକ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଟ୍ୟୁସନ୍ ଶିକ୍ଷକ ଗିରଫ

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଟ୍ୟୁସନ୍ ଶିକ୍ଷକ ଗିରଫ

201
ADVERTISEMENT

ଛତ୍ରପୁର,୨୯/୧୦(ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଜଣେ ସାତ ବର୍ଷର ନାବାଳିକାକୁ ଟ୍ୟୁସନ୍ ଶିକ୍ଷକ ବଳତ୍କାର ଉଦ୍ୟମ ଘଟଣାରେ ଗିରଫ ହୋଇଛନ୍ତି । ନାବାଳିକା ମାଙ୍କ ଏତଲାକୁ ଭିତ୍ତି କରି ଥାନା କେସ ନମ୍ବର ୨୮୭,ପୋକସୋ ଆକ୍ଟ ରେ ମାମଲା ରୁଜ୍ଜୁ ସହ ଟ୍ୟୁସନ୍ ଶିକ୍ଷକ ଶ୍ରୀକାନ୍ତ ସାମନ୍ତରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଛାତ୍ରୀ ଜଣଙ୍କ ଶ୍ରାକାନ୍ତଙ୍କ ନିକଟକୁ ଟ୍ୟୁସନ୍ ପଢିବାକୁ ଯାଉଥିଲେ । ଗତ ୨୩ତାରିଖରେ ଟ୍ୟୁସନ୍ ରୁ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଶ୍ରୀକାନ୍ତ ଛାଡି ଦେଇ ସପୃକ୍ତ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ନାବାଳିକା ଜଣକ ଘରକୁ ଆସି ନିଜ ମା ଙ୍କୁ ଏହି ସବୁ ବିଷୟ କହିବା ପରେ ଥାନାରେ ଏତଲା ଦେଇଥିଲେ।ମହିଳା ଶିଶୁ ଡେସ୍କ ଅଧିକାରିଣି ଚମ୍ପାବତି ମାରାଣ୍ଡି ଘଟଣାର ତଦନ୍ତ କରୁଛନ୍ତି।

Advertisement