Thursday, November 5, 2026
ADVERTISEMENT
Home ଆଞ୍ଚଳିକ ପୋଲିସର ଅଞ୍ଚଳ ପରିକ୍ରମା ଅବହେଳାରୁ ଜୁଆଡ଼ିଙ୍କ ଜୁଆଖେଳ ବୃଦ୍ଧି : କରୋନା ବୃଦ୍ଧିର ଆଶଙ୍କା

ପୋଲିସର ଅଞ୍ଚଳ ପରିକ୍ରମା ଅବହେଳାରୁ ଜୁଆଡ଼ିଙ୍କ ଜୁଆଖେଳ ବୃଦ୍ଧି : କରୋନା ବୃଦ୍ଧିର ଆଶଙ୍କା

162
ADVERTISEMENT

ବ୍ରହ୍ମପୁର,୨୯/୧୦(ଇ.ରଞ୍ଜନ) : କରୋନା ବୃଦ୍ଧିକୁ ନିୟନ୍ତ୍ରଣ ପାଇଁ ସରକାର ଓ ପ୍ରଶାସନ ଚିନ୍ତା କରୁଥିବା ବେଳେ ବ୍ରହ୍ମପୁର ସଦରଥାନା ଅଞ୍ଚଳରେ ଜୁଆଖେଳର ଆସର ଜମୁଥିବା ଦେଖିବାକୁ ମିଳିଛି, ପୋଲିସ ଜୁଆଡ଼ିଆଙ୍କୁ ଖୁଲମଖୁଲା ଛାଡ଼ିଦେଇଥିବା ଚର୍ଚ୍ଚା l ପୋଲିସର ପେଟ୍ରୋଲିଙ୍ଗ ଘୋର ଅଭାବରୁ ଜୁଆଡ଼ିଆଙ୍କ ଜୁଆଖେଳ ଗ୍ରାମାଞ୍ଚଳରେ ପାଦୃଭାବ ବୃଦ୍ଧି ପାଉଛି ସେମାନଙ୍କ ଖେଳରେ ମାସ୍କ ବ୍ୟବହାର ନାହିଁ କି ସାମାଜିକ ଦୂରତା ରହୁନଥିବାରୁ ଯାହାଫଳରେ କରୋନା ଭୁତାଣୁ ବ୍ୟାପିବାରେ ଯଥେଷ୍ଟ ସମ୍ବlବନା ରହିଛି l ଏଭଳି ଖେଳ ଆମ୍ବଗଡ,ମହୁରୀ କାଳୁଆ,ବାଲିପଡ଼ା,ଦକ୍ଷିଣପୁର,ବଉଳଝଳି,ରତ୍ନପୁର,ଅଙ୍କୁଶପୁର ଜଗଦଳପୁର,ନିମଖଣ୍ଡି,ବୋରିଗାଁ,ଗୁରୁଣ୍ଠି,ହୁଗୁଳାପଟ୍ଟା ସମେତ ଅନେକ ଗ୍ରାମରେ ପାର୍ବଣ ଋତୁ ଅମାବାସ୍ୟାକୁ ଦୃଷ୍ଟିରେ ରଖି ଖେଳର ମାହଲ ବୃଦ୍ଧି ପାଉଥିବା ବେଳେ ପୋଲିସ ମଧ୍ୟ ଜୁଆଡ଼ିଆଙ୍କୁ କିଛି ଅଞ୍ଚଳରେ ଗିରଫ କରୁଛି କିନ୍ତୁ ଅମାନିଆ ଜୁଆଡ଼ିଆ ମାନେ ସେମାନଙ୍କ ନିତ୍ୟ କାର୍ଯ୍ୟ ଭାବି କାର୍ଯ୍ୟ ସମ୍ପାଦନ କରନ୍ତି ଏଭଳି କ୍ଷେତ୍ରରେ ସରକାର ଜନସଚେତନତା କରଥାନ୍ତି ଚଳିତବର୍ଷ କରୋନା ଥିବାରୁ ଶୀତର ତାପମାତ୍ରା ବୃଦ୍ଧି ପାଇଲେ ଭୁତାଣୁ ସକ୍ରିୟ ହୋଇ ଅଧିକରୁ ଅଧିକ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି ତେଣୁ ଲୋକମାନଙ୍କୁ ଏହି ସମୟରେ ସଚେତନ ରହିବା ପାଇଁ ଅନୁରୋଧ କରାଯାଇଛି l କିଛି ସାମାଜିକ କର୍ମୀଙ୍କୁ ଏହା ନେଇ ଚିନ୍ତା ଘାରିଲାଣି ଯେ କରୋନା ଯୋଗୁଁ କାହାରି ସଂକ୍ରମଣରେ ମୁର୍ତ୍ୟୁ ନଘଟୁ ପୋଲିସ ଏହି ସମସ୍ତ ଦିଗରେ ଦୃଷ୍ଟି ଦେଲେ ସଂକ୍ରମଣ ରୋକିବା ସହଜ ଉପାୟ ହେବା ପ୍ରଶାସନର ପ୍ରଚେଷ୍ଠାରେ କରୋନାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ବୁଦ୍ଧିଜୀବୀଙ୍କ ପ୍ରତିକ୍ରିୟା l

Advertisement